ଭେଡେନ ନଦୀ ମେଗା ଜଳ ସେଚନ ପ୍ରକଳ୍ପ ରେ ବ୍ୟାରେଜ ନିର୍ମାଣ ଦାବୀ,

Apr 27, 2026 - 22:20
 0  43
ଭେଡେନ ନଦୀ ମେଗା ଜଳ ସେଚନ ପ୍ରକଳ୍ପ ରେ ବ୍ୟାରେଜ ନିର୍ମାଣ ଦାବୀ,

ସମାସିଂହା ପଞ୍ଚାୟତ କୃଷକ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଉ ଓ ଦାବିପତ୍ର ପ୍ରଦାନ, କୋଲାବିରା,୨୭/୦୪(ଫାଷ୍ଟ ନ୍ୟୁଜ ଓଡିଶା)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତ ଭେଡେନ ନଦୀ କୂଳରେ ଥିବା ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ସ୍ଥାନରେ ଗୋଟିଏ ବ୍ୟାରେଜ ନିର୍ମାଣ ଦାବିରେ ସୋମବାର ପଞ୍ଚାୟତ କୃଷକ ସଂଘ ପକ୍ଷରୁ କୋଲାବିରା ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି l ଚାଷୀ ସଂଘର ଦାବୀ ଅନୁଯାୟୀ ଗତ ୨୦୧୭ ମସିହାରେ ପ୍ରାୟ ଶହେ କୋଟି ଟଙ୍କା ବ୍ୟୟ ରେ ଏହି ମେଗା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଥିଲା l ଲକ୍ଷ୍ୟ ଥିଲା ପ୍ରାୟ ୨ ହଜାର ଜମିକୁ ଜଳସେଚନ କରିବା l ମାତ୍ର ବିଭାଗୀୟ ଯନ୍ତ୍ରୀ ଙ୍କ ଦୂରଦର୍ଶିତା ର ଅଭାବ କାରଣରୁ ପ୍ରକଲ୍ପ କୁ ନଦୀ କୂଳରେ ଏକ ଉଚ୍ଚ ସ୍ଥାନରେ ସ୍ଥାପନ କରାଯାଇଛି l ଫଳରେ ବର୍ଷା ମାସ ବ୍ୟତୀତ ଅନ୍ୟ ମାସରେ ଏହି ପ୍ରକଳ୍ପରୁ ଜଳସେଚନ ହୋଇ ପାରୁନାହିଁ l ଯାହାଫଳରେ ଏହି ପ୍ରକଲ୍ପ ଚାଷୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇପଡ଼ିଛି l ଏବେ ଏହି ପ୍ରକଲ୍ପ ରେ ୨ ଜଣ ଅପରେଟର, ବିଦ୍ୟୁତ୍ କର୍ମଚାରୀ, ଇଞ୍ଜିନିୟର ଓ ଜଗୁଆଳି କାର୍ଯ୍ୟ କରିବା ସହ ସରକାରଙ୍କ ନିକଟରେ ବିନା କାମରେ ଦରମା ନେଉଛନ୍ତି l ଏଥିପାଇଁ ସରକାରଙ୍କ ବାର୍ଷିକ କୋଟି ଟଙ୍କାର ଖର୍ଚ୍ଚ ହେଉଛି l ଏଣୁ ପ୍ରକଳ୍ପ ସ୍ଥାନରେ ଗୋଟିଏ ବ୍ୟାରେଜ ନିର୍ମାଣ କରାଗଲେ ଚାଷୀ ଙ୍କ ଜଳସେଚନ ସମସ୍ୟା ଦୂର ହୋଇ ପାରିବ ବୋଲି ଚାଷୀ ମାନେ ଯୁକ୍ତି ବାଢୁଛନ୍ତି l ପ୍ରକଲ୍ପ ସ୍ଥାନରେ ଗୋଟିଏ ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଚାଷୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବୀ ହେଉଛି l ପୂର୍ବ ସରକାର ସହ ବର୍ତ୍ତମାନ ର ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ କେବଳ ପ୍ରତିଶ୍ରୁତି ମିଳୁଥିବା ବେଳେ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିନାହିଁ l ଫଳରେ ଚାଷୀ ମାନେ ଅତିଷ୍ଠ ହୋଇ ସୋମବାର କୋଲାବିରା ତହସିଲ ଅଫିସ ସମ୍ମୁଖରେ ଧାରଣା ରେ ବସିବା ସହ ଶୀଘ୍ର ଏକ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି l ଆସନ୍ତା ୩ ତାରିଖ ମଧ୍ୟରେ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରା ନ ଗଲେ ପଞ୍ଚାୟତ ର ଚାଷୀ ମାନେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଦାବିପତ୍ରରେ ଚେତାବନୀ ଦେଇଛନ୍ତି l କୃଷକ ସଂଘର ସଭାପତି ଚେତାନନ୍ଦ ପଟେଲ ଙ୍କ ନେତୃତ୍ୱରେ ଧାରଣା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ତୁଳାରାମ ସେନାପତି, ତୁଲେଶ୍ଵର ପଟେଲ, ଗୌତମ ନାଏକ ଗୁରୁଚରଣ ସାହୁ, ହେମନ୍ତ ସାହୁ ଙ୍କ ସହ ବହୁସଂଖ୍ୟାରେ ଚାଷୀ ସଦସ୍ୟ ଯୋଗଦେଇଥିଲେ l

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ