ଭଙ୍ଗା ଦଦରା ଶ୍ରେଣୀ ଗୃହରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା

Jul 6, 2026 - 22:26
 0  1
ଭଙ୍ଗା ଦଦରା ଶ୍ରେଣୀ ଗୃହରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା

ଚନ୍ଦ୍ରପୁର ନ୍ୟିୟୁଜ୍: ୫/ ୭ /୨୦୨୬ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ୍ ପରିଚିତ। ଜିଲ୍ଲାର ସାବତ ପୁଅ ବୋଲି ଭାବିଲେ ଅତ୍ୟୁକ୍ତି ହେବନାହିଁ । ଯାହା କି ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ଏହି ଅଞ୍ଚଳର ଲୋକଙ୍କ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ସରକାର ଙ୍କ ଉନ୍ନୟନମୂଳକ ସୁବିଧା ସବୁ। ଏହାର ଠିକ୍ ଫାଇଦା ଉଠାଉଛନ୍ତି ସରକାରୀ କର୍ମଚାରୀ ବାବୁ। ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କୁ , ଉତ୍ତମ ଶିକ୍ଷା ଦାନ ଦେବା ପାଇଁ ବିଭିନ୍ନ ସ୍ତରରେ , ସବୁ ପ୍ରକାରର ସୁବିଧା କରାଇବା ନିମନ୍ତେ ପ୍ରୟାସ କରିଛନ୍ତି ସତ। କିନ୍ତୁ ଏଠାରେ ବିଭାଗୀୟ ଅଧିକାରୀ ଖାମଖିଆଲି ମନୋଭାବରୁ ଚନ୍ଦ୍ରପୁର ବ୍ଲକ ପାଇଁ ଆନ୍ତରିକତା ଅବହେଳା କରିଥିବାରୁ ଶିକ୍ଷାର ମାନ ହ୍ରାସ ହେବାରେ ଲାଗିଛି। ପାଠ ପଢିବା ପାଇଁ ପିଲା ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ନାହିଁ। ଏତିକି ରେ ସରିନି କାହାଣୀ , ଓଲଟା ଦେଖିବାକୁ ଗଲେ ଶ୍ରେଣୀ ଗୃହ ଅଛି କିନ୍ତୁ ଶିକ୍ଷକ ନାହାନ୍ତି। ଏଭଳି ସ୍ଥିତିରେ ଭଙ୍ଗା ଘରେ ଚାଲିଛି କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢା। ଏଭଳି ଦୁଃଖଦ କାହାଣୀର ଜଘନ୍ୟ ଚିତ୍ର ଦେଖିବାକୁ ମିଳିଛି , ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଲାମ୍ବାରୁ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ର ଦୃଶ୍ୟ।କାଳ ବୈଶାଖୀ ଯୋଗୁଁ ଲାମ୍ବାରୁ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଟିଣ ଛପର ଉଡି ଯାଇଛି। ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାହୁ ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଦୀର୍ଘ ୨/୩ ବର୍ଷ ପରେ ବି ସ୍କୁଲ ଶ୍ରେଣୀ ଗୃହ ମରାମତି ହେଇ ପାରିଲା ନାହିଁ। ଯାହାଫଳରେ ସ୍କୁଲ ଖୋଲିବା ପରେ ଛାତ୍ର ଛାତ୍ରୀ ସେହି ଭଙ୍ଗା ଦଦରା ବିଦ୍ୟାଳୟ ଶ୍ରେଣୀ ଗୃହ ଠାରେ ମୋଟ ୩୩ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି। ତାହା ପୁଣି ଜଣେ ଶିକ୍ଷକ ଜଣେ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ଚାଲିଛି ପିଲାଙ୍କ ଭବିଷ୍ୟତ । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇ ଯାଇଛି ବର୍ଷା ହେଲେ ଶିକ୍ଷକ ଶିକ୍ଷୟତ୍ରୀ ଗ୍ରାମର ଘର ବାରଣ୍ଡାରେ ପିଲା ମାନଙ୍କୁ ପାଠପଢାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଆଡସିନାଲ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବ୍ଲକ ତରଫରୁ ୨୦୨୨/୨୩ ମସିହା ଆର୍ଥିକ ବର୍ଷରେ ମୋଟ ରାଶି ଟ.୧୧,୮୨,୦୦୦/- ବିନିମୟରେ କାମ ଆରମ୍ଭ ହୋଇଥିଲା। ଶ୍ରେଣୀ ଗୃହ କାମ ଆରମ୍ଭ ହୋଇ ଦୀର୍ଘ ବର୍ଷ ବିତଗଲାଣି କିନ୍ତୁ ଏପର୍ଯ୍ୟନ୍ତ କାମ ସରିବାର ନାଁ ନେଉନାହିଁ। ଏନେଇ ଉକ୍ତ ଶ୍ରେଣୀ ଗୃହ କାମ କାହା ସ୍ୱାର୍ଥ ରେ ଆରମ୍ଭ ହୋଇ ଥିବା ଗୃହ ଅଧାପନ୍ତରିଆ ଅଟକି ଯାଇଛି ବୋଲି ଅଞ୍ଚଳ ବାସୀ ସମେତ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାହାଫଳରେ କୋମଳ ମତି ଶିଶୁଙ୍କ ଭବିଷ୍ୟତ ଭଙ୍ଗା ଗୃହରେ ନାହିଁ ନାହିଁ ଚାଲିଛି ଶିକ୍ଷା ଦାନ। ଏହି ଦିଗରେ ଲାମ୍ବାରୁ ପ୍ରାଥମିକ ବିଦ୍ୟାଳୟ କୁ ସରକାର କେବେ ଦୃଷ୍ଟି ଦେଇ ବିଭାଗ ଅଧିକାରୀ ଓ ସରକାରୀ ବାବୁଙ୍କ ମଧୁ ଚନ୍ଦ୍ରିକା କୁ କେବେ ଦୃଷ୍ଟି ଆକର୍ଷଣ କରି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ