ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ:ତାଙ୍କର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର+୨ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମୁଣ୍ଡଛୀନା ଯୋଗ ଦେଇ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ବ୍ଲକ ପ୍ରଶାସନ ପ୍ରତିଶୃତିବଦ୍ଧ I ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ସରକାରଙ୍କ ତରଫରୁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀଯୁକ୍ତ ମୁଣ୍ଡଛୀନା କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ଯରେ ଆଇ ସି ଡି ଏସ୍ ସବ୍ଯା ମାଝୀ ସୁନୀତା, ଅର୍ଥନୀତି ଅଧ୍ୟାପକ ବବୃବାହନ ସୁବୁଦ୍ଧି, ଇଂରାଜୀ ଅଧ୍ୟାପକ ଉଦ୍ଧବ ବାରିକ, +୩ ମହାବିଦ୍ୟାଳୟ ଅଧ୍ୟକ୍ଷ ସମୀର ସାହୁ ଉପସ୍ଥିତ ରହି ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସଭିଙ୍କର ମିଳିତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଭିନ୍ନକ୍ଷମଙ୍କୁ ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା ବିଷୟରେ ନିଜର ବାର୍ତ୍ତା ରଖିଥିଲେ I ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ତାପସ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ସକାଳ ଘ. ୯ ଘଟିକାସମୟରେ ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟ ଠାରୁ ପଂଚାୟତ ସମିତି ଗୃହ ପର୍ଯ୍ୟନ୍ତ ଏକ ସଚେତନତା ରାଲି (ୱାକାଥନ୍) ଆୟୋଜନ କରାଯାଇଥିଲା I ଏହାପରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଭିନ୍ନକ୍ଷମ ଖେଳାଳି ତଥା ଭିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା I କଳାହାଣ୍ଡି ରୁ ଅଫିସ ଷ୍ଟାପ ପ୍ରତିନିଧି ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0