।। ବିଷମକଟକ ବ୍ଲକ ମହକୁମା ର - ମା ମାର୍କମା +୩ ମହାବିଦ୍ୟାଳୟ ରେ ନୂଆ-ଓ-ଯୁବ ଓଡିଶା - ନବୀନ ଓଡ଼ିଶା,କାର୍ଯ୍ୟକ୍ରମ ଉଦଯାପିତ ।।

Dec 19, 2023 - 18:05
 0  24
।। ବିଷମକଟକ ବ୍ଲକ ମହକୁମା ର - ମା ମାର୍କମା +୩ ମହାବିଦ୍ୟାଳୟ ରେ ନୂଆ-ଓ-ଯୁବ ଓଡିଶା - ନବୀନ ଓଡ଼ିଶା,କାର୍ଯ୍ୟକ୍ରମ ଉଦଯାପିତ ।।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ଅଳ୍ପସଂଖ୍ୟକ ତଥା ଆଇନ ମନ୍ତ୍ରୀ ଶ୍ରୀୟୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ସୁଧୀର ଦାସ, ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ, ଉପଦେଷ୍ଟା, ପଛୁଆ ବର୍ଗ,ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସାମନ୍ତରାୟ, ଶ୍ରୀଯୁକ୍ତପିତାମ୍ବର ତ୍ରିପାଠୀ,ଶ୍ରୀଯୁକ୍ତ କେ ଭେଂକେଟେଶ୍ୱର ରେଡି ,ତହସିଲଦାର, ବିଷମକଟକ,ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମାଶଙ୍କର ନେମାଲପୁରୀ,ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଵିନୋଦ କୁମାର ପାତ୍ର ଓ ଶ୍ରୀଯୁକ୍ତ ଭାଗୀରଥି ପଳାଇ ଏବଂ ପଂଚାୟତ ସମିତିର ଅଧ୍ୟାକ୍ଷା ଶ୍ରୀମତୀ ଜୋସଦ ହୁଈକା ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ରଥ ସଭା ପରିଚାଳନା କରିଥିଲେ। ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ପଣ୍ଡାଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସଞ୍ଜୟ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ।ସଭା ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ମଧ୍ୟାନ୍ହ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଷମକଟକ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ପ୍ରଭୁତି ଯୋଗ ଦେଇଥିଲେ।ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ