।। ବିପଦପୂର୍ଣ୍ଣ ଲାଟିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ।।

Feb 3, 2024 - 15:41
 0  49
।। ବିପଦପୂର୍ଣ୍ଣ ଲାଟିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଥୁଆମୂଳ ଗ୍ରାମପଞ୍ଚାୟତ ଲାଠିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ସରକାର 5t ଯୋଜନାରେ ବିଦ୍ୟାଳୟ ଗୁଡିକର ରଙ୍ଗ ପରିବର୍ତ୍ତନରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ଲାଠିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ କିନ୍ତୁ ଏପର୍ଯ୍ୟନ୍ତ କୃପାଦୃଷ୍ଟି ପଡ଼ି ନ ଥିବା ଦୁଃଖର ବିଷୟ। ଏହି ବିଦ୍ୟାଳୟଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥିତ ଓ ଏଠାରେ ୨୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ବିଦ୍ୟାଳୟ କୋଠା ଦୁର୍ବଳ ହୋଇ ପଡିଛି। ଛାତରୁ ସିମେଣ୍ଟ ଖସି ଯାଇ ଲୁହାରଡ୍ ଗୁଡ଼ିକ ଦେଖାଯାଉଛି। ବର୍ଷାଦିନେ ଛାତରୁ ପାଣି ଝରିବା ଫଳରେ ସମୁଦାୟ ୩ଗୋଟି କୋଠରୀ ମଧ୍ୟରୁ ଦୁଇଟି କୋଠରିରେ ପାଠ ପଢିବା ପଢାଇବା ଅର୍ଥ ଜୀବନକୁ ବାଜି ଲଗାଇବା ସହ ସମାନ। ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରାଣଭୟରେ ଯେନତେନ ପ୍ରକାରେଣ ଗୋଟିଏ ମାତ୍ର କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଏକାଠି ବସି ପଢିବାକୁ ବାଧ୍ୟ ହେଉଛନ୍ତି। ସରକାର ତେଲିଆ ମୁଣ୍ଡରେ ତେଲ ସଦୃଶ ଅନେକ ବିଦ୍ୟାଳୟକୁ ଅନୁଦାନର ସୁଅ ଛୁଟୁଥିବା ବେଳେ ଲାଠିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି କିନ୍ତୁ କାହାର ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ । ବିଦ୍ୟାଳୟର ଅବସ୍ଥା ଅତି ଦୟନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ପାନୀୟ ଜଳର ଘୋର ଅଭାବ ରହିଛି । ନିକଟସ୍ଥ ନାଳର ଜଳ ହିଁ ଛାତ୍ରଛାତ୍ରୀ ଙ୍କ ଏକମାତ୍ର ସାହାଭରସା। ଶିକ୍ଷକ ମଧ୍ୟ ଯଦି ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି। ଆଗାମୀ ଶିକ୍ଷା ବର୍ଷପାଇଁ ନୂତନ ଗୃହ ନିର୍ମାଣ ନହେଲେ ଶିକ୍ଷାଦାନଅସୁବିଧାର ସମ୍ମୁଖୀନ ହେବ ବୋଲି ଶିକ୍ଷକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କାରଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜୀବନ ସର୍ବୋପରି ବୋଲି କହିବା ସହ ସରକାର ତୁରନ୍ତ ନୂତନ ଗୃହ ଯୋଗାଇ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ୍ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ