ବିଧାନସଭାରେ ଜଲେନ ଉଠାଇଲେ ବହଳଦା ପ୍ରସଙ୍ଗ
ରାଇରଙ୍ଗପୁର,୧୮/୩(ନି.ପ୍ର): ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵହଳଦା ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଛାତ୍ରୀଙ୍କ ପ୍ରତି ସଂଖ୍ୟାଲଘୁ ଯୁବକଙ୍କ ଅସଦାଚରଣ ଘଟଣାରେ ୩୪ ଜଣ ନିରୀହ ଆଦିବାସୀଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଛି l ଏହି ଘଟଣାକୁ ନେଇ ଗତ ଦୁଇ ଦିନ ଧରି ରାଇରଙ୍ଗପୁରସ୍ଥିତ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଆଦିବାସୀ ମଞ୍ଚ ତରଫରୁ ଧାରଣା ଦିଆଯାଇଥିଲା l ଉକ୍ତ ଘଟଣାକୁ ନେଇ ପୋଲିସ୍ ଓ ଆଦିବାସୀମାନଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l ଏଥିରେ ପୋଲିସ ୩୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଉକ୍ତ ଘଟଣାର ସମାଧାନ ପାଇଁ ସରକାର ପଦକ୍ଷେପ ନେବାକୁ ବିଧାୟକ ଜଲେନ୍ ନାଏକ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି l ତାଙ୍କରି ବକ୍ତବ୍ୟ ସମୟରେ ବିରୋଧି ଦଳ ସଦସ୍ୟମାନେ ପାଟିତୁଣ୍ଡ କରୁଥିବାରୁ ସେମାନଙ୍କୁ ଲକ୍ଷ୍ୟ କରି ଚୁପ୍ ରହିବାକୁ ଅନୁରୋଧ କରିଥିଲେ l ଆଦିବାସୀ ସାନ୍ତାଳୀ ଭାଷାରେ ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗ ଉଠାଇ ଥିବାରୁ ଏଥିପାଇଁ ମୟୁରଭଂଜ ଆଦିବାସୀ ଛାତ୍ର ସଙ୍ଗଠନ(ମାସା)ର ବରିଷ୍ଠ ସଙ୍ଗଠକ ରାମ ମୁର୍ମୁ ବିଧାୟକ ଶ୍ରୀ ନାଏକଙ୍କୁ ସାଧୁବାଦ ଜଣାଇଛନ୍ତି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0