ବାରିପଦାରେ ଟ୍ରାଇବାଲ୍ ଥିଏଟର ସେଣ୍ଟର ଉଦଘାଟିତ
ବାରିପଦା - ତା:- ୨୩/୧୨/୨୦୨୫ ରିଖ ସ୍ଥାନୀୟ ମୁର୍ଗାବାଡିରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଦେଭେଲପମେଣ୍ଟ ଫାଉଣ୍ଡେସନର ନବନିର୍ମିତ ଟ୍ରାଇବାଲ ଥିଏଟର ସେଣ୍ଟର ଉଦଘାଟିତ ହୋଇଯାଇଛି I ସମ୍ୱନ୍ୱିତ ଆଦିବାସୀ ବିକାଶ ପରିଷଦ ଦ୍ୱାରା ନିର୍ମିତ ଏହି ସେଣ୍ଟରକୁ ପୂର୍ବତନ ମନ୍ତ୍ରୀ ତଥା ଫାଉଣ୍ଡେସନର ମୁଖ୍ୟ ପୃଷ୍ଠପୋଷକ ସରୋଜିନୀ ହେମ୍ବ୍ରମ ଓ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମିଳିତ ଭାବେ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଫାଉଣ୍ଡେସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଦୀପକ କୁମାର ବେଶ୍ରା, ସମ୍ପାଦକ ଅନ୍ତା ଆଲୋକ ବାସ୍କେ, କୋଷାଧ୍ୟକ୍ଷ ନରେନ୍ଦ୍ର ମାଝୀ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ସି ଡି ପି ଓ ବିତୁ ଟୁଡୁ, ପାୱାର ଫାଇନାନ୍ସ କର୍ପୋରେସନ ଲିମିଟେଡ଼ର ପୂର୍ବତନ ସି ଜି ଏମ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ଟି ଟି ଆଇ, ତକତପୁରର ଅଧ୍ୟକ୍ଷ କାନ୍ଦନ ମାଝୀ, ସାମାଜିକ କର୍ମୀ ଫୁଲମଣୀ ହେମ୍ବ୍ରମ, ଫଗୁ ଚରଣ ମାର୍ଣ୍ଡି, ଗାୟିକା ବୁଲବୁଲି ହେମ୍ବ୍ରମ ଏବଂ ସଂଗୀତ ନିର୍ଦ୍ଦେଶିକା ମିସ ହିସି ମୁର୍ମୁ ଉପସ୍ଥିତ ଥିଲେ I ସନ୍ଧ୍ୟାରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ଏମ ପି ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ରାଇମଣି ମାର୍ଣ୍ଡିଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ଟ୍ରାଇବାଲ ଥିଏଟର ସେଣ୍ଟରରେ ଚଳଚିତ୍ର ପ୍ରଦର୍ଶନର ଉଦଘାଟନ କରିଥିଲେ I ଏହି ସେଣ୍ଟର ଆଗାମୀ ଦିନରେ ଆଦିବାସୀ କଳା, ସଂସ୍କୃତି, ନାଟକ ଓ ସିନେମା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରତିଷ୍ଠାତା ଶ୍ରୀ ବେଶ୍ରା ପ୍ରକାଶ କରିଛନ୍ତି I ରାମ ଚନ୍ଦ୍ର ବେଶ୍ରା, ସୁମି ହାଁସଦା ବେଶ୍ରା, ସୁମାଲି ହେମ୍ବ୍ରମ୍, ଅର୍ଜୁନ୍ ସୋରେନ୍, ପଦ୍ମପ୍ରିୟା ସୋରେନ୍, ପାର୍ବତୀ ସୋରେନ, ଜାନକୀ ଦେବୀ ମୁର୍ମୁ, ସତ୍ୟ ନାରାୟଣ ହେମ୍ବ୍ରମ୍, ଡାଙ୍ଗି ସୋରେନ୍, ଅର୍ଜୁନ୍ ବେଶ୍ରା, ରିକି ହାଁସଦା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0