।। ବାରମ୍ବାର ଖଟିଆରେ ବୁହାହେଲା ରାଣୀପଦର ଝାଡା ବାନ୍ତି ରୋଗୀ ।।

Sep 27, 2023 - 14:09
 0  27
।।  ବାରମ୍ବାର ଖଟିଆରେ ବୁହାହେଲା ରାଣୀପଦର ଝାଡା ବାନ୍ତି ରୋଗୀ ।।

ବାରମ୍ବାର ଦୁର୍ଗମ ଅଞ୍ଚଳରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୋହା ହେବା ଘଟଣା ଦିନକର ନୁହେଁଏହା ବାରମ୍ବାର ଖବର କାଗଜ ହେଉ କି ଇଲେକ୍ଟ୍ରୋନିକ ମେଡିଆରେ ପ୍ରସାରଣ ହେଉଛି । ପୁଣିଥରେ ରୋଗୀଙ୍କୁ ଖଟିଆରେ ବୁହା ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଅଭାବନୀୟ ଘଟଣା ସାମ୍ମାକୁ ଆସିଛି ଯେଉଁଠି କି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇ ଚର୍ଚ୍ଚାରେ ରହିଥିଲା।

ସେହି ଗ୍ରାମ ହେଲା କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ତଲଝାପି ପଞ୍ଚାୟତ ରାଣୀପଦର ଏହି ଗାଁ କୁ ରାସ୍ତା ଘାଟର ଅଭାବ ଯୋଗୁଁ ଗ୍ରାମର ସିଗ୍ନା ମାଝୀ (56) ନାମକ ଏକ ମହିଳାଝାଡାବାନ୍ତି ରୋଗରେ ପୀଡିତ ହେବା ପରେ ପରିବାର ଲୋକ ଖଟିଆରେ ବୋହି ପ୍ରାୟ ୨ କିଲୋମିଟର ଇନ୍ଦ୍ରାବତୀ ନଦୀ ବାଣ୍ଡି ଘାଟ ପାରି କରି ନେଇ ଥିଲେ, ମୁଖ୍ଯ ରାସ୍ତାରେ ଅପେକ୍ଷା କରି ରହିଥିବ ଆମ୍ବୁଲାନ୍ସ ଗାଡି ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଭର୍ତ୍ତି କରିଥିଲେ।ଓଡିଶା ସରକାର ବିକାଶ ର ଯେଉଁ ଡ଼ିଡ଼ିମ୍ବ ପିଟୁଥିବା ଓଡିଶା ସରକାର ରାଜ୍ୟର ଏଭଳି ପରିସ୍ଥିତି ଏବେବି ରହିଥିବା ଲୋକେ ବିଶ୍ବାସ ନକଲେ ମଧ୍ୟ ଯିଏ ଦେଖିଛି ସେହିଁ ବିଶ୍ୱାସ କରିବ। ରାଣୀପଦର ଗାଁକୁ ଗମନାଗମନ ସୁବିଧା ନଥିବାରୁ ଲୋକେ ଗର୍ଭବତୀ ଓ ରୋଗୀମାନଙ୍କୁ ଖଟିଆରେ ବୋହିବା ନିତିଦିନିଆ ଘଟଣା ପାଲଟିଛି।

ଏନେଇ ଗ୍ରାମବାସୀ ଗାଁକୁ ଇନ୍ଦ୍ରାବତୀ ନଦୀ ପଥ ଓଗାଳି ବସିଛି ଏହାରି ଫଳରେ ଲୋକେ ବିଭିନ୍ନ ସମୟରେ ନାନା ପ୍ରକାରର ଅସୁବିଧା ଭୋଗୁଛନ୍ତି। କେବେ ଗାଁକୁ ରାସ୍ତା ଓ ନଦୀରେ ପୋଲ ଖଣ୍ତେ ତିଆରି ହେବ ସେଦିନ କୁ ଅପେକ୍ଷା କରିବାକୁ ପଡିବ। ଅପରପକ୍ଷରେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନେତା ଭୋଟ ହାତେଇ ନିଉଛନ୍ତି ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ