ବାଞ୍ଜୀ କୁଷୁମ ଛକ ନିକଟରେ ପିକପ୍ ଭେନ୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ପିକପ୍ ଭେନ୍ ଡ୍ରାଇଭର ଗୁରୁତର

Jan 8, 2024 - 20:22
 0  212
ବାଞ୍ଜୀ କୁଷୁମ ଛକ ନିକଟରେ ପିକପ୍ ଭେନ୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ପିକପ୍ ଭେନ୍ ଡ୍ରାଇଭର ଗୁରୁତର

ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା, ଅନ୍ତର୍ଗତ ବାଞ୍ଜୀ କୁଷୁମ ଛକ ନିକଟରେ ପିକପ୍ ଭେନ୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ପିକପ୍ ଭେନ୍ ଡ୍ରାଇଭର ଗୁରୁତର, ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଞ୍ଚାଡାଗୁଡା ପଞ୍ଚାୟତର ଅନ୍ତର୍ଗତ ନୂଆଁ ଗାଁ ଗ୍ରାମର ଶାମୁଏଲ୍ କୁଶିଲିଆ ନାମକ ଡ଼୍ରାଇଭରଙ୍କ ବୟସ 18 ପିତା ରତ୍ନାକର କୁଶିଲିଆ ଗାଡି ନମ୍ବର OD -08- S 9527 ପିକପ୍ ଭେନ୍ ଧରି ମୁନିଗୁଡ଼ା ରୁ ନୂଆଁ ଗାଁ ଯାଉଥିବା ସମୟରେ ଏକ ଟ୍ରକ ଗାଡି ନମ୍ବର OD 14 R 5173 ସହ ଵାଞ୍ଜିକୁସମ ଛକ ନିକଟରେ ଉଭୟ ଦୁଈଟି ଗାଡିଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି ଓ ଘଟଣା ସ୍ଥଳରେ ପିକପ୍ ଭେନ୍ ଡ୍ରାଇଭର ସାମୁଏଲ୍ କୁଶୁଲିଆ ଗୁରୁତର ହୋଇଥିଵା ବେଳେ ଖଵର ପାଇ ଅଗ୍ନି ଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହାଇଥିଵା ପିକପ୍ ଭେନ ଡାଇଭର କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଭର୍ତ୍ତି କରି ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇ ଥିଲେ।ଏହି ଖଵର ପାଇ ମୁନିଗୁଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଵା ଜଣାପଡିଛି। ତଦନ୍ତ ସମୟରେ ମୁନିଗୁଡା ଆଇ ଆଇ ସି ସୈଦାମିନୀ ବେହେରା , ଉପସ୍ଥିତ ଥିବା ବେଳେ ହୋମ୍ ଗାର୍ଡ ପ୍ଲାଟୁନ କମାଣ୍ଡର ଟୁଲୁ ପାଢି,ଏ ଏସ୍ ଆଇ ଏଫ୍ ଏ ମହମ୍ମଦ , ହୋମ୍ ଗାର୍ଡ ମନୁ ପାଣିଗ୍ରାହୀ, ଶଦାଶିବ ମିଶ୍ର, ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସହୋଯୋଗ କରିଥିବା ଜାଣାପଡିଛି। ଏଥିସହିତ ଗୁରୁତର ହୋଇଥିବା ପିକପ୍ ଭେନ୍ ଡ୍ରାଇଭର ସାମୁଏଲ୍ ଙ୍କ ସ୍ଵାସ୍ଥ୍ୟ ବସ୍ତା ଠିକ୍ ନ ଥିବାରୁ ଅନ୍ୟତ୍ର ହସ୍ପିଟାଲ କୁ ସ୍ଥାନାନ୍ତର କରି ଚିକିତ୍ସା ନିମନ୍ତେ ନେଇ ଯିବା ପାଇଁ ପରିବାର ତରଫରୁ ଜଣା ଯାଇଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ