ବାଗଡିହି ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

Dec 23, 2025 - 08:57
 0  9
ବାଗଡିହି ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

କିର୍ମିରା୨୨।୧୨(ଫାଷ୍ଟ ନିଉଜ ଓଡ଼ିଶା)କିର୍ମିରା ବ୍ଳକ ବାଗଡିହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଡ.ସନ୍ତୋଷ କୁମାର ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଲଇକେରା ଥାନା ଅଧିକାରୀ ଦିଲିପ କୁମାର ବେହେରା,ଅବସରପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶକ ଝାରସୁଗୁଡା ମଦନାନନ୍ଦ ସେଠ ମୁଖ୍ୟବକ୍ତା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଲେଖିକା ଝାରସୁଗୁଡା ମାଧବୀ ପଟେଲ,ସ୍କୁଲ ସମ୍ପାଦକ ଶରତ କୁମାର ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ପ୍ରଧାନ ଶିକ୍ଷକ ଗଣେଷ ଚନ୍ଦ୍ର ଖୁଣ୍ଟିଆ ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି ଅବସରରେ ବରିଷ୍ଠ ନାଗରିକ ଯୁଗଳ ପରୁଆ,ହରିଶଙ୍କର ଅଗ୍ରଓ୍ବାଲ,ପୁଚୁ ମୁଣ୍ତା,ନୀଲମଣି ଛତ୍ରିଆ,ଡୁଲାମଣି ଅଗ୍ରଓ୍ବାଲଙ୍କୁ ସମ୍ମାନିତ ଅତିଥି ମାନେ କରିଥିଲେ।ଗୁରୁଜୀ ଲଲିତ ମେହେର,ଧିରେନ୍ଦ୍ର ବାଗ,ଘନଶ୍ୟାମ କିସାନ,ଡୁଲାମଣି ପରୁଆ,ପ୍ରଶାନ୍ତ ଗଉଡ ପରିଚାଲନା କରିଥିଲେ।ଗୁରୁମା ରୀତା ପଟେଲ,ପ୍ରିୟଦର୍ଶନୀ ମହାନ୍ତ,ସିଦ୍ଧେଶ୍ବରୀ ମିଶ୍ର,ଦମୟନ୍ତି ସା,ଅହଲ୍ୟା,ସୁନିତା,ପ୍ରତିକ୍ଷା ସହଯୋଗ କରିଥିଲେ।ଗୁରୁଜୀ ଗୋବର୍ଦ୍ଧନ ମହାନନ୍ଦ ଧନ୍ୟବାଦ ଦେଇଥିଲେ।

କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ _First Newe Odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ