।। ବହୁଜନ୍ ସମାଜବାଦୀ ପାର୍ଟି ନେତା ତଥା ଆଦିବାସୀ ନେତା ଜିତୁ ଜାକାଶିକା ଜେଲ ରୁ ମୁକୁଳି ବିଷମ କଟକ ସହରରେ ବିରାଟ ଶୋଭାଯାତ୍ରା l।

Mar 15, 2024 - 12:03
 0  10
।। ବହୁଜନ୍ ସମାଜବାଦୀ ପାର୍ଟି ନେତା ତଥା ଆଦିବାସୀ ନେତା ଜିତୁ ଜାକାଶିକା ଜେଲ ରୁ ମୁକୁଳି ବିଷମ କଟକ ସହରରେ ବିରାଟ ଶୋଭାଯାତ୍ରା  l।

ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକରେ ବି.ଏସ.ପି ଦଳ ପକ୍ଷରୁ ହଜାର ହଜାର ସଂଖ୍ୟାରେ ବହୁଜନ ସମାଜବାଦୀ ପାର୍ଟିର କର୍ମୀ ମାନଙ୍କୁ ନେଇ ବିଶାଳ ଶୋଭାଯାତ୍ରା ଆୟଜନ ହୋଇଥିଲା।ନୂତନ ଭାବେ ସଭାପତି ଦାୟିତ୍ଵ ଗ୍ରହଣ କରିଥିବା ରବୀନ୍ଦ୍ର ଗରଡ଼ିଆଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ସୁରକ୍ଷା ରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ର ଲାଡେଇ ପାଇଁ ଓ ଦୁଃଖ ସୁଖ ରେ ସହାୟତା ହାତ ବଢ଼ାଇବା ବି. ଏସ. ପି. ନେତା ଶ୍ରୀ ଜିତୁ ଜାକାଶିକା ଆଦିବାସୀ ନେତା ଜେଲରୁ ବାହାରି ଆଜି ବିଷମ କଟକ ମା ମାର୍କମା ମନ୍ଦିର ଠାରୁ ଏକ ବିରାଟ ବଡ ଶୋଭାଯାତ୍ରାରେ ବାହାରି ନିରୀହ ଡ଼ଙ୍ଗରିଆ ମଧ୍ୟବିତଗରିବ ପରିବାର ଓ ଆଦିବାସୀଲୋକ ମାନଙ୍କ ସ୍ୱାସ୍ଥ୍ୟ ସେବା ର ସମସ୍ୟା କୁ ସୁଧୁରିବା ପାଇଁ ଠିକ୍ ଭାବରେ ସରକାରୀ କୋଳ ବଡ଼ ଦୁର୍ବଳ ରେ ଥିବା ଅଫସ ର ମାନେ ଠିକରେ ସେବା ନ କରିବାରୁ ଓଡିଶା ସରକାରଙ୍କୁ ବିରୋଧ କରିବା ସହ ଜିତୁ ଜାକାସିକା ଉକ୍ତ ଡାକ୍ତର ସବ୍ୟସାଚୀ ମହାପାତ୍ର ଠିକ ଭାବରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଓ ବ୍ୟବହାର କଥା ବାର୍ତ୍ତା ନ କରିଥିବା ହେତୁ ଏଭଳି ସରକାରି କର୍ମଚାରୀ ମାନଙ୍କୁ ସରକାର ଙ୍କ ସବୁ ସୁବିଧା ଓ ମାସିକ ବେତନ ଦେଇ ରଖିଛନ୍ତି କାହିଁକି ଏଠି ଜନସାଧାରଣଙ୍କୁ ଠିକରେ ସରକାରୀ ସେବା ହେଉନଥିବା ବିଭିନ୍ନ ଦୁର୍ନୀତିକୁ ଉଠାଇବାରୁ ମୋ ଉପେରେ ଷଡଯନ୍ତ୍ର କରି କଠୋର କାର୍ଯନୁଷ୍ଠାନ ଓ ମିଥ୍ୟା କେସ କରି ଥିବାରୁ ଆଗକୁ ଜନତା ଠିକ ଭାବରେ ଓଡିଶା ସରକାରଙ୍କୁ ଜବାବ ଦେବେ ବୋଲି କହିଥିଲେ ।ବିଷମ କଟକ ସହର ମୁଖ୍ୟ ବଜାର ଦେଇସହର ପରିକ୍ରମା କରିଥିଲେ l ଆଗାମୀ ଦିନରେ ସରକାର ଙ୍କ ଦୁଷ୍ଟି ରେ ଡ଼ଃ.ସବ୍ୟସାଚୀ ମହାପାତ୍ର ଓ ତାଙ୍କ ସହୋଯୋଗୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଠିକ ଭାବରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ନ କଲେ ଏହି ବିଷୟକୁ ନେଇ ବି.ଏସ.ପି ପକ୍ଷରୁ ତୀବ୍ର ନିନ୍ଦା କରିଯିବା ସହ ଆଗାମୀ ଦିନରେ ଯଦି ଡାକ୍ତରଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ, ବି.ଏସ.ପି ରାଜ୍ୟ ସାରା ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି।ଏହି ବିରାଟ ବଡ ଶୋଭାଯାତ୍ରାରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ବି.ଏସ.ପି କର୍ମୀ ମାନେ ଯୋଗ ଦେଇଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ