।। ବରୀ କଟକ ପୋଷ୍ଟ ଅଫିସ ରେ ଦିନକୁ ଦିନ ଗ୍ରାହକ ବୃଦ୍ଧି ହେବାରେ ଲାଗୁଛି ।।

ସରକାର ଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ ଜମା ଓ ସାଧାରଣ ଲୋକ ଙ୍କ ବିଭିନ୍ନ ଜମା ସେ ସେଭିଂ ହଉ ଅବା ଉଠାଣ ,ପେନସନ ଜନିତ , କିସାନ ବିକାଶ , ଏନଏସି , ମାସିକ ସୁଧ ଜମା ଓ ରେଜିଷ୍ଟ୍ରି ପୋଷ୍ଟ , ସ୍ପିଡ ପୋଷ୍ଟ , ଆରପିଏଲଆଇ , ପାର୍ଶଲ୍ ଆଦି କାମ ପାଇଁ ବରୀ ର ବିଭିନ୍ନ ସ୍ଥାନ ରୁ ଲୋକେ ଏହି ଅଫିସ ଉପରେ ନିର୍ଭର କରି ଆସିଥାନ୍ତି । ହେଲେ କାଉଣ୍ଟର ଗୁଡ଼ିକ ସଠିକ୍ ସ୍ଥାନରେ ନ ଥିବା ରୁ ଲୋକେ ନାନାଦି ହଇରାଣ ହରକତ ହୋଇଥାନ୍ତି । ଝରକା ଠାରୁ ୫ ଫୁଟ ଦୂରତା ରେ ଆର୍ଥିକ କାରବାର କାଉଣ୍ଟର ଥିବା ବେଳେ ଝରକା ସମ୍ମୁଖରେ ରେଜିଷ୍ଟ୍ରି ସଂଗ୍ରହ କରିବା କାଉଣ୍ଟର। ଯଦିଓ ରେଜିଷ୍ଟ୍ରି କାଉଣ୍ଟର ରେ ଅସୁବିଧା ପରିଲକ୍ଷିତ ହୁଏ ନାହିଁ , ହେଲେ ଜମା କରାଯାଉଥିବା କାଉଣ୍ଟର ରେ ପ୍ରତ୍ୟହ ଅସୁବିଧା ଦେଖା ଦିଏ ଯାହାକି ଗ୍ରାହକ ମାନେ ସେବା ରେ ଅସନ୍ତୁଷ୍ଠ ହୋଇଥାନ୍ତି । ଯଦି ଜମା କାଉଣ୍ଟର ଟି ଅନ୍ୟ ଝରକା ନିକଟରେ ରଖାଯାଏ ତେବେ ସଠିକ୍ ଢଙ୍ଗରେ କାର୍ଯ୍ୟ ପରିଚାଳିତ ହେବ ବୋଲି ବହୁ ଗ୍ରାହକ ନିବେଦନ କରିଛନ୍ତି । ଅପର ପକ୍ଷେ କିଛି କର୍ମଚାରୀ ଙ୍କ ବ୍ୟବହାର ଆଶାନୁରୂପକ ହୋଇ ନଥାଏ , କିଛି ମଧ୍ୟ ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ କରୁ ନଥିବା ନଜିର ଅଛି। ଚେକ ଆବେଦନ ପାଇଁ ଫର୍ମ ପୋଷ୍ଟ ଅଫିସ ରେ ଉପଲବ୍ଧ ନାହିଁ , ଜେରକ୍ସ ଦୋକାନ ରୁ ତିନି ଟଙ୍କା ଦେଇ କିଣିବାକୁ ପଡେ , ଜମା ପାଇଁ ଅଧା ଫର୍ମ ଦିଆଯାଇଥାଏ ଅନ୍ୟ ଅଧକ୍ କଣ ହୁଏ ସେ ପ୍ରତି ସନ୍ଦେହ କରନ୍ତି କିଛି ଅନୁଭବି ଗ୍ରାହକ । ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ନିବେଦନ କରାଯାଇଛି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






