।। ବରିଷ୍ଠ ବିଜେଡି ନେତା ତଥା ଆତ୍ମା ଅଧ୍ୟକ୍ଷଙ୍କ ଦେହାନ୍ତ ।।

May 2, 2023 - 22:27
 0  273
।। ବରିଷ୍ଠ ବିଜେଡି ନେତା ତଥା ଆତ୍ମା ଅଧ୍ୟକ୍ଷଙ୍କ ଦେହାନ୍ତ ।।

କୁନ୍ଦୁରା ବ୍ଲକର ବହୁ ଚର୍ଚ୍ଚିତ ଚେହେରା ବିଜେଡି ବରିଷ୍ଠ ନେତା ତଥା ଆତ୍ମା ଅଧ୍ୟକ୍ଷ ଶ୍ରୀ ପିତାମ୍ବର ନାୟକଙ୍କ ପର ଲୋକ ଘଟିଛି । ଶ୍ରୀ ପିତାମ୍ବର ନାୟକ ବିଜୁ ଜନତାଦଳର ଜିଲ୍ଲା ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ଓ କୁନ୍ଦୁରା ବ୍ଲକ୍ ଡମ୍ବ ସମାଜ୍ ଉପଦେଷ୍ଟା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ କାମ କରୁଥିଲେ । ଶ୍ରୀ ନାୟକ ଛାତି ଯନ୍ତ୍ରଣା ଯୋଗୁ ଗତ ଚାରି ଦିନ ଧରି ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିଲେ ଏବଂ ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିଲେ। ଛାତି ଯନ୍ତ୍ରଣା ଅଧିକ ହେବାରୁ ଶ୍ରୀ ନାୟକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ବ୍ରହ୍ମପୁର ବଡ଼ ମେଡିକାଲ ନେବାବେଳେ ବାଟରେ ଶ୍ରୀ ନାୟକଙ୍କ ମୃତ୍ୟୁ ଘଟିଥିଲା l ପିତାମ୍ବର ନାୟକଙ୍କ ମୃତ୍ୟୁ ସମୟରେ ପିତାମ୍ବରଙ୍କ ସାନ ପୁଅ କୈଳାଶ ନାୟକ ପାଖରେ ରହିଥିଲେ । ପିତାମ୍ବରଙ୍କ ମୃତ୍ୟୁକୁ ନେଇ ଆଜି ସକାଳେ ପବନ ବେଗରେ ଖବର ପ୍ରସାରିତ ହୋଇଥିଲା l ଶ୍ରୀ ନାୟକଙ୍କ ମୃତ୍ୟୁ କୁ ନେଇ ପରିବାର ସମ୍ପର୍କୀୟ , କୁନ୍ଦୁରା ବ୍ଲକ ତଥା ଆଖ ପାଖ ବ୍ଲକରୁ ଶେଷ ଦର୍ଶନ ପାଇଁ ଚିଲି ଗୁଡ଼ା ସ୍ଥିତ ବାସଭବନରେ ଲୋକଙ୍କ ଭିଡ଼ ଲାଗିଥିଲା l କଟପାଡ଼ ବିଧାୟୀକା ପଦ୍ମିନୀ ଦିଆନ, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଜିଲ୍ଲା ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମାଝି, ଡମ୍ବ ସାମାଜ , ମୂଳ ଅଧିବାସୀ ସଂଘ, ଆତ୍ମାର ପ୍ରତିନିଧି ଓ କର୍ମଚାରୀ,ବିଜେଡି, କଂଗ୍ରେସ, ବିଜେପି ଭଳି ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମେତ ବହୁ ପରିମାଣର ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ନାୟକଙ୍କ ଶେଷ ଦର୍ଶନ ପାଇଁ ଉପସ୍ଥିତ ହେଇଥିଲେ l ଗାଁ ରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ l ଦିନ 11 ଟା ବେଳେ ଗାଁ ଶ୍ମଶାନରେ ହୋଇଥିଲା ପିତାମ୍ବର ନାୟକଙ୍କ ଶେଷକୃତ୍ୟ l *ସ୍ଥାନ :- କୁନ୍ଦୁରା* *କୋରାପୁଟ ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ