ବନ୍ଧୁଗାଁ ବ୍ଲକ OWAT କାର୍ଯଳୟ ରେ ପି. ଏମ. ସୂର୍ଯ୍ୟ ଘର ଯୋଜନା କୁ ନେଇ ଜରୁରୀ ବୈଠକ

Dec 29, 2025 - 07:12
 0  66
ବନ୍ଧୁଗାଁ ବ୍ଲକ OWAT କାର୍ଯଳୟ ରେ ପି. ଏମ. ସୂର୍ଯ୍ୟ ଘର ଯୋଜନା କୁ ନେଇ ଜରୁରୀ ବୈଠକ

କୋରାପୁଟ ଜିଲ୍ଲା, ବନ୍ଧୁଗାଁ ବ୍ଲକ OWAT କାର୍ଯାଳୟ ଠାରେ ପି. ଏମ. ସୂର୍ଯ୍ୟ ଘର ଯୋଜନା ସମ୍ପର୍କିତ ସଚେତନତା l ଏହି କାର୍ଯ୍ୟକ୍ରମରେ ଆୟୋଜନ କରିବା ପାଇଁ ଓଡିଶା ୱେଲଫୋର ଆସୋ ସି ଏ ସନ ଟ୍ରଷ୍ଟ, ର କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଆର୍ଶଡା ଲାଚ୍ଛନା, ଏକ ବୈଠକ ଆୟୋଜନ କରିଥିଲେ ଉକ୍ତ ବୈଠକ ରେ OWAT ର କର୍ମକର୍ତା I ଯଥା, ବନ୍ଧୁଗାଁ, BC ପ୍ରିୟଙ୍କା ବିଡ଼ିକା, ନାରାୟଣପଟଣା, BC, ଶ୍ରୀ ଅନିଲ କୁଲଦୀପ ଏବଂ ପ୍ରତେକ ପଂଚାୟତ ର କୋଡିନେଟର ମାନେ ଉପସ୍ଥିତ ଥିଲେ I ଟ୍ରଷ୍ଟ ର ଜିଲ୍ଲା ସଭାପତି, କହିଥିଲେ କି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଦ୍ୱାରା ଗ୍ରାମୀଣ ତଥାସହରାଞ୍ଚଳ ରେ ବାସ କରୁଥିବା ପ୍ରତ୍ୟେକ ହିତାଧିକାରୀ ଏହି ଲାଭର ପାଇଦା ଉଠାଇ ପାରିବେ l ସେଥିପାଇଁ ଆମ ଅନୁଷ୍ଠାନ ର କର୍ମକର୍ତା ମାନେ ଘର କୁ ଘର ଯାଇ ପି. ଏମ୍. ସୂର୍ଯ୍ୟ ଘର ସମ୍ପକିତ ସଚେତନ କାର୍ଯ୍ୟକ୍ରମ ଜାରିରଖିବେ ବୋଲି ଶ୍ରୀ ଲାଚ୍ଛନା ବାବୁ ଆଉ ଥରେ କହିଥିଲେ l ସୋଲାର ପେନେଲ ପ୍ରତେକ ଘରେ ସଂଯୋଗ କରିବାପାଇଁ, ଭାରତ ସୋଲାର ଏଗ୍ର ଇମ୍ପରା ଏଲ.ଏଲ.ପି, ଓ ଜୟସର୍ଭିସ ଭୁବନେଶ୍ୱର, ଭେଣ୍ଡର ଶ୍ରୀ ସାନ୍ତୁନ କୁମାର ବେହେରା ଙ୍କ ସହିତ ଯୋଗାଯୋଗ କରିଛନ୍ତି l ଯେପରିକି ହିତାଧିକାରୀ ମାନେ ପାଞ୍ଚ ବର୍ଷ ଗ୍ୟାରେଣ୍ଟି ଏବଂ ପଚିଶି ବର୍ଷ ୱାରେଣ୍ଟି ପାଇପାରିବେ l ବନ୍ଧୁଗାଁ କାର୍ଯାଳୟ ଠାରେ ଉପସ୍ଥିତ ଥିବା, AC,, BC, DC, ସମସ୍ତ କର୍ମକର୍ତ୍ତାଙ୍କୁ, ପି. ଏମ. ସୂର୍ଯ୍ୟ ଘର ଯୋଜନା ରେ 2.କିଲୋ 3କିଲୋ ୱାଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେ ଅର୍ଥ ସବସିଡି ପାଇବେ ସେ ସମ୍ପକରେ ଶ୍ରୀ ଲାଚ୍ଛନା ପୁଙ୍କାନୁପୁଙ୍କା ଭାବେ ବୁଝାଇଥିଲେ I ପରିଶେଷରେ ଶ୍ରୀ ଲାଚ୍ଛନା ବାବୁଙ୍କୁ ଧନ୍ୟବାଦ ଦେଇ OWAT ର କର୍ମକର୍ତ୍ତା ମାନେ ବିଦାୟ ଦେଇଥିଲେ I

ବନ୍ଧୁଗାଁ ରୁ ମଣ୍ଡଳ ମିଣିଆକା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ