ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ - ଶିକ୍ଷକ ରାଜୁ କୁମାର ସାହୁ
୬/୬ ଶୁକ୍ରବାର ଦିନ ବିଶ୍ଵ ପରିବେଶ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ପ୍ଲାଷ୍ଟିକ ବିରୋଧୀ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭବାନୀପାଟଣା ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରାଜୁ କୁମାର ସାହୁ ଙ୍କୁ "ପ୍ରକୃତି ବନ୍ଧୁ" ପୁରସ୍କାର ସହିତ ପ୍ରୋତ୍ସାହନ ସ୍ୱରୂପ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରାପ୍ତ ହେବା ପରେ ସମସ୍ତ ଶିକ୍ଷକ ସମାଜ, ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, ବନ୍ଧୁ-ବାନ୍ଧବ ଏବଂ ପରିବେଶ ପ୍ରେମୀଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଶ୍ରୀ ସାହୁ କହିଛନ୍ତି ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପଟ୍ଟନାୟକ ( ପୂର୍ବତନ ବିଜ୍ଞାନ ଶିକ୍ଷକ, ପୋଲିସ ହାଇସ୍କୁଲ, ଭବାନୀପାଟଣା ) ଙ୍କ ଆଦର୍ଶ ଓ ପ୍ରକୃତି ପ୍ରେମରେ ଅନୁପ୍ରାଣିତ ହୋଇ ଆଜି ଏହି ସଫଳତା ପ୍ରାପ୍ତ କରିଛନ୍ତି । ତେଣୁ ପଟ୍ଟନାୟକ ସାର୍ ଏବଂ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ ପରିବେଶ ସୁରକ୍ଷା କ୍ଷେତ୍ରରେ ଆମେ ସମସ୍ତେ ଭାଗୀଦାର ହେବା ପାଇଁ ଅନୁରୋଧ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0