ବନ୍ଧପାଲି କ୍ଳଷ୍ଟର ସ୍ତରୀୟ ସୁରଭି
କିର୍ମିରା୧୨।୧୦(*ଫାଷ୍ଟ ନିଉଜ ଓଡ଼ିଶା*) କିର୍ମିରା ବ୍ଲକ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟେରେ ବନ୍ଧପାଲି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସିଆରସିସି ସୁଜେଶ ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି I କାର୍ଯ୍ୟକ୍ରମରେ ୯ଟି ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଳକସ୍ତର ସୁରଭି ପାଇଁ ମନୋନିତ କରା ଯାଇଛି।ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସିଂହ ମୁଖ୍ୟଅତିଥି,ବନ୍ଦପାଲି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟେଲ,ଅବସର ଶିକ୍ଷକ ମିତ୍ରଭାନୁ ପଟେଲ, ସମାଜସେବୀ ଖଗେଶ୍ଵର ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୃରସ୍କୃତ କରିଥିଲେ।ଶିକ୍ଷକ ବିପିନ ପଣ୍ଡା,ସୁଜିତ ପଟେଲ, ଶିକ୍ଷୟତ୍ରୀ ଅଞ୍ଜଳି ପଟେଲ ବିଚାରକ ଥିଲେ। ଶିକ୍ଷକ ଧନେଶ୍ୱର ଧୁରୁଆ,ପ୍ରଫୁଲ ପଟେଲ,ଶିକ୍ଷୟତ୍ରୀ ସୁନିତା ପଟେଲ, ନିରୂପମା ପ୍ରଧାନ, ପଦ୍ମିନୀ ଅଢ଼ା ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ରୀନା ଛଛାଣ ଧନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0