।। ବଦଳିଲେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ:ମୋହନ ହେମ୍ରମଙ୍କ ବଦଳରେ ଇଂ‌ ବିନୋଦ ବିହାରୀ ନାୟକ ଲଢ଼ିବେ ।।

Apr 22, 2024 - 16:39
 0  35
।। ବଦଳିଲେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ:ମୋହନ ହେମ୍ରମଙ୍କ ବଦଳରେ ଇଂ‌ ବିନୋଦ ବିହାରୀ ନାୟକ ଲଢ଼ିବେ ।।

କେନ୍ଦୁଝର ଲୋକସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ ହୋଇଥିବା ଖବର ମିଳିଛି। ଏଆଇସିସି ତରଫରୁ ସାଧାରଣ ସମ୍ପାଦକ କେ ସି ଭେନୁଗୋପଲଙ୍କ ସ୍ୱାକ୍ଷରରେ ପ୍ରାର୍ଥୀଙ୍କ ଲିଷ୍ଟ କରୁ ହୋଇଛି ଏଥିରେ ଏହି ପରିବର୍ତ୍ତନ କଥା ଉଲ୍ଲେଖ ରହିଛି। ଉଲ୍ଲେଖଯୋଗ୍ୟ କି ପ୍ରଥମେ କେନ୍ଦୁଝର ଲୋକସଭା ଆସନ ଲାଗି ମୋହନ ହେମ୍ବ୍ରମ ଲଢ଼ିବେ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରା ଯାଇଥିଲା। ତେବେ ସେ ଗଲା ଥର ପ୍ରାର୍ଥୀ ହୋଇ ହାରିବା ପରେ ଆଉ ୫ ବର୍ଷ ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ସମ୍ପର୍କ ରଖି ନାହାନ୍ତି ବୋଲି ଅଭିଯୋଗ କରି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରା ଯାଇଥିଲା। ଏପରିକି ପ୍ରତିବାଦ ଏତେ ତୀବ୍ର ହୋଇଥିଲା କି ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ାଙ୍କ ସମେତ ଅନେକ ଛାମୁଆ ସଙ୍ଗଠନର ସଭାପତି ଅଧ୍ୟକ୍ଷ ମାନେ ଇସ୍ତଫା ଦେଇଥିଲେ। କିନ୍ତୁ ବ୍ୟାପକ ଆଲୋଚନା ପରେ ଭାରତୀୟ କଂଗ୍ରେସ କମିଟି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନୁରୋଧରେ ଏହି ପରିବର୍ତ୍ତନ କରିଛି। କେନ୍ଦୁଝରରେ ତେଣୁ ଇଂ ବିନୋଦ ବିହାରୀ ନାୟକଙ୍କ କଂଗ୍ରେସ ଦଳ ପକ୍ଷରୁ ଲୋକସଭା ପ୍ରାର୍ଥୀ ହେଲେ। କେନ୍ଦୁଝର ଜିଲ୍ଲl କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ବିନୋଦ ବିହାରୀ ନାୟକଙ୍କୁ ସ୍ଵାଗତ କରାଯାଇଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ