ପ୍ରେମ ପ୍ରତାରଣା ବାହାହେବାକୁ କହି ଦୈହିକ ସମ୍ପର୍କ ଅଭିଯୁକ୍ତ କୋର୍ଟ ଚାଲାଣ

Mar 27, 2026 - 22:01
 0  3
ପ୍ରେମ ପ୍ରତାରଣା ବାହାହେବାକୁ କହି ଦୈହିକ ସମ୍ପର୍କ ଅଭିଯୁକ୍ତ କୋର୍ଟ ଚାଲାଣ

କୋଲାବିରା ୨୭ ।୩(ଫାଷ୍ଟ ନ୍ୟୁଜ ଓଡିଶା) : ଜଣେ ଯୁବତୀକୁ ମିଛି ମିଛିକା ଭଲ ପାଇବାର ନାଟକ କରି ପ୍ରେମଜାଳରେ ଫସେଇ ବାହାହେବାର ପ୍ରତିଶୃତି ଦେଇ ବାରମ୍ବାର ଦୈହିକ ସମ୍ପର୍କ ସ୍ଥାପନ କରି ଯୁବତୀକୁ ପ୍ରତାରଣାକରି ଫେରାର ଥିବା ବ୍ୟକ୍ତି ଜଣକୁ ଆଜି କୋଲାବିରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଗିରଫ ବ୍ୟକ୍ତି ଜଣକ ହେଲେ କୁଚିଣ୍ଡା ମହୁଲପାଲି ଥାନା ଅନ୍ତର୍ଗତ ଲାଙ୍ଗପସ ଗ୍ରାମର ରାଜେଶ କିସାନ ୩୪ । ସେ ବିବାହିତ ହୋଇ ମଧ୍ୟ କୋଲାବିରା ଥାନା ଅନ୍ତର୍ଗତ ସନ୍ୟାସୀପାଲି ଗ୍ରାମର ଜନୈକା ଯୁବତୀକୁ ପ୍ରେମଜାଳରେ ଫସେଇ ପରେ ବାହା ହେବାର ପ୍ରତିଶୃତି ଦେଇ ପ୍ରତାରଣା କରିଥିଲେ । ଯୁବତୀ ଜଣକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ ଓ ବ୍ୟକ୍ତି ଜଣକ ଝାରସୁଗୁଡା ଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଇତିମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା, ଯାହାକି ପରବର୍ତି ସମୟରେ ବାହାହେବା ପର୍ଯ୍ୟନ୍ତ କଥା ପହଂଚିବା ପରେ ଉଭୟଙ୍କ ମଧ୍ୟରେ ନିବିତତା ସୃଷ୍ଟି ହେବାସହ ଦୈହିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲ । ତେବେ ଅଭିଯୁକ୍ତ ରାଜେଶ ବାହାହେବାକୁ ପ୍ରତିଶୃତି ଦେଇ ମଧ୍ୟ ସେ ବିବାହିତ ହୋଇଥିବାରୁ ଯୁବତୀକୁ ପ୍ରତାରଣା କରିଥିଲେ । ଏବଂ ଇତି ମଧ୍ୟରେ ଯୁବତୀ ଜଣକ ଅନ୍ତସତ୍ଵା ହୋଇଥିଲେ । ଗର୍ଭବତୀ ହେବା ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ରାଜେଶ ଧରାଛୁଆଁ ନଦେବାରୁ ଯୁବତୀ ଜଣକ କୋଲାବିରା ଥାନାରେ ଲିଖତ ଅଭିଯୋଗ କରିଥିଲେ । ଏସଂକ୍ରାନ୍ତରେ କୋଲାବିରା ଥାନାରେ ଭାରତୀୟ ନ୍ୟାୟ ସଂହିତ ୬୯ ଅନ୍ତର୍ଗତ ମାମଲା ରକ୍ତ କରାଯାଇଛି ।ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରାଜେଶକୁ ଗିରଫ କରିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରାଇବା ପରେ ଅଭିଯୁକ୍ତ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୁତ୍ରରୁ ପ୍ରକାଶ ।

କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟନ୍ୟୁଜ ଓଡିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ