ପ୍ରଭୁ ଭକ୍ତି ଓ ଦେଶ ଭକ୍ତି ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ

Aug 4, 2024 - 18:28
 0  9
ପ୍ରଭୁ ଭକ୍ତି ଓ ଦେଶ ଭକ୍ତି ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ

ନୂଆପଡା : ଅଭ୍ୟୁଦୟ ବିଦ୍ୟା ନିକେତନ ଓ ମା ସାଇ ସରସ୍ଵତୀ ସଙ୍ଗୀତ ବିଦ୍ୟାଳୟ ନୂଆପଡା ର ମିଳିତ ଆନୁକୂଲ୍ୟରେ ପ୍ରଭୁ ଭକ୍ତି ଓ ଦେଶ ଭକ୍ତି ଆଧାରିତ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଯାଇଅଛି। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଶୈଳେନ୍ଦ୍ର କୁମାର ଶତପଥି ଙ୍କ ଦ୍ଵାରା ଆୟୋଜିତ ଏହି ସାହିତ୍ୟ ଆସରରେ ପ୍ରାୟ କୋଡ଼ିଏ ଜଣ କବି ଯୋଗଦାନ କରି ସ୍ଵ ରଚିତ ଭକ୍ତି ଭାବ ପୂର୍ଣ୍ଣ ଓ ଦେଶ ଭକ୍ତି କବିତା ପାଠ କରିଥିଲେ। ଶୁଶାନ୍ତ କୁମାର ମୁଣ୍ଡ ଙ୍କ ସଂଯୋଜନାରେ ଶ୍ରୀ ରାକେଶ ଜୈନ, ପ୍ରବୋଧ ହୋତା, ପ୍ରମୋଦିନୀ ପଣ୍ଡା, ଜ୍ୟୋସ୍ନା ମୟୀ ଶତପଥି, ନିର୍ଝରିନୀ ପାଣିଗ୍ରାହୀ, ଭାରତୀ ହୋତା, ସୁଜାତା ଭୋଇ, କିଶୋର ପ୍ରଧାନ, ଶରତ ପଣ୍ଡା, ପ୍ରଣବ ଶତପଥି, ସୁପ୍ରଭା ପାଣିଗ୍ରାହୀ, ଫାଲଗୁନି ରଣା, ଦିନେଶ ଜଗତ ସ୍ୱ ରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବାଧିକ ରକ୍ତଦାନ କରିଥିବା ଶ୍ରୀ କିଶୋର କୁମାର ପରିଡ଼ା ଏବଂ ସମ୍ପର୍କ ଅନୁଷ୍ଠାନ ର ସଭାପତି ଶ୍ରୀ ଘନଶ୍ୟାମ ଭୋଇ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଚିନ୍ତାମଣି ପାଣିଗ୍ରାହି କବିତା କିପରି ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଥାଏ ସେ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ଶୈଳେନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ