।। ପେଟ ପାଇଁ ସଂଘର୍ଷ କରୁଛନ୍ତି ୭୮ ବର୍ଷର ବୃଦ୍ଧା କଣ୍ଡା ମାଁ।।

Apr 28, 2024 - 16:37
 0  13
।। ପେଟ ପାଇଁ ସଂଘର୍ଷ କରୁଛନ୍ତି  ୭୮ ବର୍ଷର ବୃଦ୍ଧା କଣ୍ଡା ମାଁ।।

ଘର ତାମିଲ ନାଡୁ ପରିଣତ ବୟସରେ ବି ସେ ହାର ମାନି ନାହାନ୍ତି।ବ୍ୟୟବସାୟ କରି ନିଜ ପେଟ ପାଟଣା ର ଭରଣ ପଷଣ କରୁଛନ୍ତି କଣ୍ଡା ମାଁ।ଗଞ୍ଜି କିଣିବା ପାଇଁ ଗ୍ରାହକ ଙ୍କ ମଧ୍ୟ ଭିଡ ଯମୁଥିବା ଦେଖିବାକୁ ମିଳଛି । ବୟସ ୭୮ ଛୁଇଁଲାଣି ମୁଣ୍ଡର ଚୁଟି ସବୁ ଧଳା ହୋଇ ଯାଇଅଛି।ଅଣ୍ଟା ରେ ଅସ୍ତ୍ର ପ୍ରଚାର ହୋଇ ବହୁ ବର୍ଷ ବିତିଗଲାଣି ।ଅଣ୍ଟାରେ ଲାଗିଛି ବେଲ୍ଟ ସିଧା ହୋଇ ଠିଆ ହୋଇ ପାରୁ ନାହାନ୍ତି। ତଥାପି ଟାଇଁ ଟାଇଁ ଖରାରେ ବିକ୍ରି କରୁଛନ୍ତି ଗଞ୍ଜି।ଲମତାପୁ କୁ ପ୍ରତ୍ୟକ ବର୍ଷ ଗଞ୍ଜି ବିକ୍ରି କରିବାକୁ ଚାଲି ଆସନ୍ତି ଏହି ବୃଦ୍ଧା।ପ୍ରତ୍ୟକ ଗ୍ରୀଷ୍ମ ଋତୁ ଆସିଲେ ୭୮ ବର୍ଷର ଏହି ବୃଦ୍ଧା କିଛି ଗଞ୍ଜି ବିକ୍ରି କରିବା ପାଇଁ ଚାଲି ଆସନ୍ତି ।ଦୀର୍ଘ ୧୦ ବର୍ଷ ହେଲାଣି ସେ ଲମତାପୁଟ କୁ ଆସି ବ୍ୟବସାୟ କରୁଛନ୍ତି।ଓଡିଆ ଭାଷା ଜାଣନ୍ତି ନାହିଁ ତାମିଲ ଏବଂ ତେଲୁଗୁ ଭାଷାରେ କଥା ହୁଅନ୍ତି ।ସୁଲଭ ମୂଲ୍ୟରେ ସେ ଗଞ୍ଜି ବିକ୍ରି କରି କିଛି ଟଙ୍କା ଆୟ କରି ସେ ଫେରି ଯାଆନ୍ତି ନିଜ ଗାଁକୁ।କିନ୍ତୁ ପରିଣତ ବୟସ ରେ ସେ ହାର ମାନି ନାହନ୍ତି।ଗୋଟିଏ ବୋଲି ପୁଅ ବହୁ କଷ୍ଟ ରେ ବଡ କରିଛନ୍ତି।ସେବି ବିଭନ୍ନ ସ୍ଥାନକୁ ଯାଇ ଗଞ୍ଜି ବିକ୍ରି କରିଥାନ୍ତି।ସଂଘର୍ଷ ମୟ ଜୀବନ ହୋଇଥିଲେ ମଧ୍ୟ ବେସ ଖୁସିରେ ସେ ବ୍ୟବସାୟ କରି ନିଜ ପେଟ ପାଟଣା ପାଇଁ କିଛି ଟଙ୍କା ଯୋଗାଡ କରି ପାରୁଛନ୍ତି ଅଞ୍ଚଳ ବାସୀ କହିଛନ୍ତି କଣ୍ଡା ମାଁ ଙ୍କୁ ଦୀର୍ଘ ଦଶ ବର୍ଷ ହେଲାଣି ଦେଖି ଆସୁଛନ୍ତି।ତାଙ୍କରି ସଂଘର୍ଷ ଅନ୍ୟ ଙ୍କ ପାଇଁ ପ୍ରେରଣା।ପରିଣତ ବୟସରେ ସେ ହାରମାନି ନଥିବା ବେଳେ ଆଜି ବି ଏଠାକୁ ଗଞ୍ଜି ଆଣି ବିକ୍ରି କରି ଦୁଇପଇଶା ରୋଜଗାର କରି ନିଜ ଘର ଚଳାଉ ଛନ୍ତି । ଏବଂ ସେ ତାମିଲନାଡୁ ରୁ ଆସି ସପ୍ତାହେ ରହି ଏହି ମୁଣ୍ଡଫଟା ଖରା ରେ ବ୍ୟବସାୟ କରି ପ୍ରତ୍ୟକ ବର୍ଷ ଯାଇଥାନ୍ତି ତାଙ୍କର ଦୃଢ଼ ମନବଳ ଅନ୍ୟ ଙ୍କ ପାଇଁ ପ୍ରେରଣା ସାଜିବ।

ଲମତାପୁଟ ରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ