।। ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ।।

Mar 15, 2024 - 12:12
 0  32
।। ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ।।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତଳ ଗୁମାଣ୍ଡି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୀଙ୍ଗୁରୁ ତାଡିଙ୍ଗି (୩୨)ଙ୍କୁ କେହି ହତ୍ୟା କରିଥିବା କୁ ନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି।ଖବର ନେବାରେ ଜଣା ପଡ଼ିଛିକି ସୀଙ୍ଗୁରୁ ଗତକାଲି ହଳ ନେଇ ଜମିକୁ ଚାଷ କରିବାକୁ ଯାଇ ଆଉ ଫେରିନଥିଲେ।ପରିବାର ଲୋକେ ଖୋଜା ଖୋଜି କରି ଥିଲେ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳି ନଥିବା ବେଳେ ଆଜି ସକାଳେ ନିଜ ଘର ଠାରୁ ଦୁଇ କିଲୋମିଟର ଦୂର ଏକ ଗତ ଭିତରେ ତାଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇ ଥିବା ଦେଖିବାକୁ ପାଇଥିଲେ।ଏନେଇ ଆଜି ପରିବାର ଲୋକେ ନାରାୟଣ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି।

 ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ