ପୁଣି ମନରେଗା କାମ ରେ ଶିଶୁ ନିୟୋଜିତ ସହ ବିନା କାମ ରେ ଡିମାଣ୍ଡ ଭରା
କଳାହାଣ୍ଡି ମକୁନ୍ଦ ନାଏକ :-26/11/2025.କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଲୋହରା ଜର ଗ୍ରାମ ର ଆମଝୋଲା ଡ଼ଙ୍ଗରରେ ବିନା କାମ ରେ ଡିମାଣ୍ଡ ଭରା ହୋଇଛି l ପୁଣି ବିଦ୍ୟାଳୟରେ ପାଠ ପଢ଼ୁଥିବା ତିନି ଜଣକୁ ନାବାଳକ ନାବାଳିକା ଙ୍କୁ ନେଇ ଫୋଟୋ ଉତ୍ତଳୋନ କରି ମନରେଗା କାମ ରେ ଏନ. ଏମ.ଏମ.ଏସ. କରି ଥିବା ଫୋଟୋ ଅନଲାଇନ ରେ ଜଳ ଜଳ କରି ଦେଖାଯାଉଛି l ବାରମ୍ବାର ଏପରି ଘଟଣା କୁ ନେଇ ଖବର ପ୍ରସାରଣ ହେଉଛି ତାପରେ ବି ପଞ୍ଚାୟତ ରେ ଥିବା ଏ. ଡି. ଓ ହେଉକି ଜି. ଆର. ଏସ. ଜାଣି କି ବି ଅଜଣା ହୋଇ ଅଭିନୟ କରୁଛନ୍ତି l ପୁଣି ଏହା ସ୍ଥାନୀୟ ନାଏବ ସରପଞ୍ଚ ଏହି କାମ କରୁଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି l ପୁଣି ଜଣେ ସରକାରୀ କର୍ମଚାରୀ ଆଶା ଦି ଦି କିପରି ଦୈନଦିନ ହାଜିରୀ ଆଶା ଦିଦି ଙ୍କ ଫୋଟୋ ଯୋଡ଼ି ହୋଉଛି l ମନରେଗା କାମ କେବଳ ଶ୍ରମିକଙ୍କ ଯୋଜନା କିନ୍ତୁ ତାହା ଜଣେ ସ୍ୱାସ୍ଥ୍ୟ ସେବା ଯୋଗାଇବା ବଦଳରେ ଆଶା ଦିଦି କେତେ ଦିନ ଶ୍ରମିକ ସାଜିଲେ ତାହା କୁ ବଡ଼ ପ୍ରଶ୍ନ? ଏହାକୁ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ତଦନ୍ତ କରି ଆଶା ଦିଦି ଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି lପଞ୍ଚାୟତ ର ବିଭାଗୀୟ ଅଧିକାରୀ ହିଁ ମନରେଗା କାମର ସରକାରୀ ଟଙ୍କା କେମିତି ହରିଲୁଟ କରି ନିଜେ ମାଳା ମାଲ ହେବେ ଯୋଜନା କରି ଚାଲିଛନ୍ତି l ଭଲ କରି ଟିକେ ଦେଖ ଏହି ଛବି କୁ ଶିଶୁ ଶ୍ରମିକ ଆଇନ କୁ ଉଲଂଘନ କରୁଛନ୍ତି ଠିକାଦାର ବାବୁ l ଏହାକୁ ସଠିକ ତଦନ୍ତ କରି ଠିକା କରୁ ଥିବା ଲୋକଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି l ଆଗାମୀ ଦିନରେ କଣ ହେଉଛି ତାହା ସମୟକୁ ଅପେକ୍ଷା l
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0