।। ପୁଣି ଏକ ବିକଳାଙ୍ଗ ଦାଦନ ଶ୍ରମିକଙ୍କ ମୃତ୍ୟୁ ।।

Feb 10, 2024 - 15:56
 0  11
।।  ପୁଣି ଏକ ବିକଳାଙ୍ଗ ଦାଦନ ଶ୍ରମିକଙ୍କ ମୃତ୍ୟୁ ।।

ବାହାର ରାଜ୍ୟ ତାମିଲନାଡୁ ରେ କାଶୀପୁର ବ୍ଲକ ର ପୁଣି ଏକ ଶାରୀରିକ ବିକଳାଙ୍ଗ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତ ର ରାଶିଝିରି ଗ୍ରାମର ମଦନ ଗଉଡ଼ ବୟସ ୩୩ ପିତା ଜଳଧର ଗଉଡ଼। ସେ ପୋଡ଼ସୀ ରାଜ୍ୟ ତାମିଲନାଡୁ ସ୍ଥିତ କୋଇମୁତୁର ଜିଲ୍ଲା ରେ କୌଣସି ଏକ ଘୋରଇ ସଂସ୍ଥାନ ରେ ଦୌନିକ ମଜୁରିଆ ଭାବେ କାର୍ଯ୍ୟରତ ଥିଲେ। ମଦନଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଲଛି, କିନ୍ତୁ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ମୁଖ୍ୟ ବିଷୟ ହେଲା ! ମଦନ ଗଉଡ଼ ଜଣେ ଶାରୀରିକ ବିକଳାଙ୍ଗ ବ୍ୟକ୍ତି ସେ ବିକଳାଙ୍ଗ ହୋଇ ମଧ୍ୟ ନିଜ ପରିବାର ପସଣର ଦାୟିତ୍ୱ କୁ ବାଝେଇ ତାମିଲନାଡୁ ଯାଇଥିଲେ। ସେ ଯାହା ପାରିଶ୍ରମିକ ରେ ପ୍ରାପ୍ୟ ପାଉଥିଲେ ତାହା ତାଙ୍କ ପରିବାରକୁ ପଠାଉଥିଲେ। ଅନ୍ୟପଟେ ତାଙ୍କ ପରିବାର କହିଲେ କୁନି କୁନି ତିନି ଝିଅ ଏବଂ ସାନ ପୁଅ ଟିଏ କହିବାକୁ ଗଲେ ସ୍ତ୍ରୀ ମଧ୍ୟ ଜଣେ ଶାରୀରିକ ବିକଳାଙ୍ଗ। ପରିବାରରେ ମଦନଙ୍କ ସହ ୬ ଜଣ ସଦସ୍ୟ ଥିଲେ କିନ୍ତୁ ଏବେ ସ୍ୱାମୀ ମଦନ ଚାଲିଯିବାର ଖବର ପାଇବା ପରେ ସ୍ତ୍ରୀ ଓ ତାଙ୍କ ପିଲାଛୁଆ ଭାଙ୍ଗି ପଡିଛନ୍ତି। ପରିତାପର ବିଷୟ ହେଲା କାଶୀପୁର ବ୍ଲକ ରେ ଶାରୀରିକ ବିକଳାଙ୍ଗ ତଥା ଭିନ୍ନକ୍ଷମ ଦିବ୍ୟାଙ୍ଗମାନଙ୍କୁ ଆଜିପଯ୍ୟନ୍ତ ବ୍ଲକ ପ୍ରଶାସନ ବା ସରକାର ପକ୍ଷରୁ ସମ୍ପୂର୍ଣ ଚି଼ହ୍ନଟ କରାଯାଇ ନାହିଁ। ଯାହାଫଳରେ ସରକାରଙ୍କ ବିଭିନ୍ନ ଭିନ୍ନକ୍ଷମ ଯୋଜନାରୁ ବଞ୍ଚିତ ହୋଇ ଏବେ ଦିବ୍ୟାଙ୍ଗ ମାନେ ଦାଦନ ଖଟି ସମାଜର ମୁଖ୍ୟ ଶ୍ରତରେ ସାମିଲ ହେବାକୁ ସ୍ୱୟଂ ଚେଷ୍ଟା କରୁଛନ୍ତି। ଯେଉଁଥିରେ ଆମ ଓଡିଶା ନବୀନ ଓଡିଶା ମଧ୍ୟରେ ସରକାରଙ୍କ ଯୋଜନାରେ ଉପୋଲବ୍ଧର ଡିଣ୍ଡୋରା ପିଟାଯାଉଥିବା ବେଳେ ବିକଳାଙ୍ଗ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାର ସୁବିଧା ଥାଇ ମଧ୍ୟ କୌଣସି ସରକାରୀ ସହାୟତା ନ ପାଇ ପରିବାର ଚଲାଇବାକୁ ଲୋକ ବାଧ୍ୟ ହୋଇ ଶେଷରେ ଦାଦନ ଖଟିବାକୁ ଯାଇ ମୃତ୍ୟୁ ହେଉଛନ୍ତି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ