ପରୀକ୍ଷାର୍ଥୀ ମାନେ ବଡ ଦୁର୍ଘଟଣାରୁ ବର୍ତ୍ତିଲେ

Apr 19, 2026 - 20:26
 0  120
ପରୀକ୍ଷାର୍ଥୀ ମାନେ ବଡ ଦୁର୍ଘଟଣାରୁ ବର୍ତ୍ତିଲେ

ତାରିଖ -୧୯/0୪/୨୦୨୬ ସ୍ଥାନ - କ.ନୂଆଗାଁ (ଫାଷ୍ଟ ନିୟୁଜ ଓଡ଼ିଶା) ରଙ୍ଗନାଥ ବଡ଼ସେଟ୍ କ.ନୂଆଗାଁ - କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଜନବିକାଶ ନିକଟରେ ଆଜି ଅପରାହ୍ନ ୪ଟା ବେଳେ ଏକ ସଡ଼କ ଦୁର୍ଘଟଣାରେ କାରରେ ଯାଉଥିବା ପରିକ୍ଷାର୍ଥୀ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି। ପ୍ରତ୍ୟେକ୍ଷ ଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଫୁଲବାଣୀରେ ପରୀକ୍ଷା ଦେଇ ସୁଇଫ୍ଟି ଡିଜାର କାର ନଂ ଓଡ଼ି ୨୬ ସି ୩୯୫୬ ଟି ତୁମୁଡିବନ୍ଧ ଅଭିମୁଖେ ବାହାରିଥିଲେ। ତେବେ ଉକ୍ତ ଦୁର୍ଘଟଣା ସ୍ଥଳରେ ଆଗ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍ ପୋଲରେ ପିଟି ହୋଇ ଯାଇଥିଲା। ହେଲେ ଏତେ ଜୋରରେ ପିଟି ହୋଇ ଥିଲାଯେ ବିଦ୍ୟୁତ୍ ଲୁହା ପୋଲଟି ବଙ୍କା ହୋଇ କାର ଉପରେ ପଡ଼ି ଯାଇଥିଲା।ସୌଭାଗ୍ୟ ବଶତଃ ବହୁ ପୂର୍ବରୁ ଉକ୍ତ ପୋଲରେ କରେଣ୍ଟ ନଥିଲା। ତେଣୁ କାହାର କୌଣସି କ୍ଷତି ହୋଇ ନ ଥିବା ବେଳେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଥାନା ଅଧିକାରୀ ଆଶୁତୋଷ ଜେନା ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଯାନ ବାହାନ ଯାତାୟତ ସ୍ବାଭାବିକ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ