।। ପଡ଼ି ମସ୍କା ଗାଆଁରେ ମାଆ ଠାକୁରାଣୀଙ୍କ ଘଟ ଯାତ୍ରା ।।

Apr 28, 2024 - 16:54
 0  11
।। ପଡ଼ି ମସ୍କା ଗାଆଁରେ ମାଆ ଠାକୁରାଣୀଙ୍କ ଘଟ ଯାତ୍ରା ।।

ମୁନିଗୁଡ଼ା: ତା୨୮-୪ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ କୁମୁଡ଼ାବାଲୀ ପଞ୍ଚାୟତ ଅନ୍ତର୍ଗତ ପଡ଼ିମଷ୍କା ଗାଆଁରେ ପ୍ରସିଦ୍ଧ ମା "ଠାକୁରାଣୀଙ୍କ ପବିତ୍ର ଘଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଘଟ ଯାତ୍ରା ପରିଚାଳନା କମିଟି ତରଫରୁ ଆୟୋଜିତ ଏହି ପ୍ରସିଦ୍ଧ ଯାତ୍ରାର ପ୍ରାରମ୍ଭିକ ଆଧ୍ୟାତ୍ମିକ ଅନୁଷ୍ଠାନ ଥିଲା ମାଆଙ୍କ ପାଦୁକା ଓ ଚିମୂଳା ସଂଗ୍ରହ।ସ୍ଥାନୀୟ ହରିଜନ ସାହିର କର୍ତ୍ତା ଜଣେ ଭକ୍ତଙ୍କ ସହଯୋଗରେ ପୁରୋହିତ ନନ୍ଦକିଶୋର ପଣ୍ଡା ବୈଦିକ ରୀତିନୀତିରେ ମାଆଙ୍କ ପୂଜାର୍ଚ୍ଚନା ସହ ପବିତ୍ର ପାଦୁକା ଓ ଚିମୁଳା ସଂଗ୍ରହ କରି ଭୈରବୀ ମନ୍ଦିର ଦେଇ ଏକ ବିରାଟ ବାଇଦ ଓ ରୋଷଣୀ ଶୋଭାଯାତ୍ରାରେ ବାହାରି ମହିଳା ମାନେ ନଗର ପରିକ୍ରମା ସହ କଳସୀ ଯାତ୍ରା କରିଥିଲେ।ପରେ ପବିତ୍ର ପାଦୁକା, ଚିମୂଳା ଓ ଅଭୀମନ୍ତ୍ରୀତ କଳସୀ ପୂଜା ମଣ୍ଡପରେ ସ୍ଥାପନା କରାଯାଇଥିଲା।ଏହି କ୍ରମରେ ଶନିବାର ଦିନ ମାଆଙ୍କ ଘଟ ପର୍ବ ଆରମ୍ଭ ହୋଇଥିଲା।ଏହି ଯାତ୍ରା ଗତକାଲି ଷୋମବାର ଦିନ ପର୍ଯ୍ୟନ୍ତ ଚାଲିବ।ଏଥିସହିତ ସାହିର ଯୁବକ ଯୁବତୀମାନେ ବିଭିନ୍ନ ପୌରାଣିକ କଥା ବସ୍ତୁକୁ ଆଧାର କରି ବିଭିନ୍ନ ରୂପରେ ନିଜକୁ ସଜାଇ ଅଭିନୟ ଦେଖାଇଥାନ୍ତି।ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଉକ୍ତ ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଦଣ୍ଡାସି ଆମ୍ବାଡ଼ି,ବାବୁରାଓ କାଟାଲାସା,ପ୍ରମୋଦ ଦିବିରସିଂ,ରାଜକୁମାର ରୁଗୁଡ଼ା,ଗୌରୀ ଆମ୍ବାଡି,ରାଜେନ୍ଦ୍ର କାଟାଲାସା,ଦେବରାଜ ଆମ୍ବାଦି,ମହେନ୍ଦ୍ର ପାଣ୍ଟାନାଇଡୁ,ଗୁକା ନୁକା,ଗଙ୍ଗାରାଓ ବାରା ପ୍ରମୁଖ ସହାୟତା କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ