।। ନୂଆପଡା ରେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ।।

Jan 28, 2024 - 05:33
 0  26
।। ନୂଆପଡା ରେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ।।

ନୂଆପଡା : ଦୁଇଦିନିଆ ଗସ୍ତରେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଆସି ନୂଆପଡା ସଦର ମହକୁମାରେ ପହଞ୍ଚିଛନ୍ତି । ପୁରୀ ଦୁର୍ଗ ଇଣ୍ଟର ସିଟି ଏକ୍ସପ୍ରେସରେ ଭୁବନେଶ୍ବର ରୁ ଆସି ଅଜି ସକାଳେ ୮ଟା ୩୦ ମିନିଟରେ ନୂଆପଡା ରେଳ ସ୍ପେଷନରେ ପହଞ୍ଚିଲାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସାୟ, ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ଚେଡ଼ୀ ରାଘବେନ୍ଦ୍ର ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅତିଥି ତାଙ୍କୁ ସ୍ବାଗତ ଜଣାଇଥିଲେ । ପରେ ରାଜ୍ୟପାଳ ଜିଲ୍ଲାର ସଦରମହକୁମା ସ୍ଥିତ ସର୍କୀଟ ହାଉସରେ କିଛି ସମୟ ବିଶ୍ରାମ ହେବାପରେ କୋମନା ବ୍ଲକ କୁରୁମପୁରୀ ପଂଚାୟତ ଦଲଦଲି ସ୍ଥିତ ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ବାକୁ ଯାଇ ସେଠାରେ ଆଙ୍ଗନୱାଡି ଛୁଆ ଙ୍କ ସହିତ ଏବଂ ତାଙ୍କ ପିତାମାତ ଙ୍କ ସହ ଅଲୋଚନ କରିଥିଲେ । ସେଠାରୁ ଫେରି ନୂଆପଡା ବ୍ଲକ ଟାନଓାଟ ପଂଚାୟତ ର ନିରୋଗ କେନ୍ଦ୍ର ବୁଲି ଦେଖିବା ସହ ଜନସାଧରଣ ଙ୍କୁ କେବଳ ଚିକତ୍ସା ନୁହେଁ ବରଂ ନିରୋଗ ରହିବାପାଇଁ ସଚେତନ କରିଥିଲେ ସେଠାରୁ ରାଜ୍ୟପାଳ ଖରିଆରରୋଡ ଯାଇ ସେଠାରେ ଜିଲ୍ଲା ସାହୁ ସମାଜ ଦ୍ବାର ଅୟୋଜିତ ରାଜିମ ଜୟନ୍ତି ଉତ୍ସବରେ ଯୋଗଦାନ କରିଥିଲେ । ସେଠାରୁ ବିଲୋଦା ଯାଇ ସେଠାରେ ପାଣିପାଗ ପରିବର୍ତନ ପାଇଁ ନିଯାଇଥିବା ପଦକ୍ଷେପ ସ୍ବରୂପ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଫେରି ସର୍କଟହାଉସରେ ମଧ୍ୟାନ ଭୋଜନ କରି ଅପରାହ୍ନରେ କୋମନା ବ୍ଳକ ପିଛାପାଇଁ କୁ ଯାଇ ସେଠାରେ ଅତିବାସି ସଂପ୍ରଦାୟର ଲୋକଙ୍କ ସହ ଅଲୋଚନା କରିଥିଲେ ସେଠାରୁ ପୁଣି ନୂଆପଡା ବ୍ଲକ ତୋରର କୁ ଯାଇ ସେଠାରେ ଉନ୍ମିତ ଉଚ୍ଚ ବିବ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହ କିଛି ସମୟ ବିତାଇଥିଲେ ପରେ ପଡୋରା ସ୍ଥିତ ବାବା ଯୋଗେଶ୍ବର ମନ୍ଦିର କୁ ଯାଇ ସେଠାରେ ପୁଜାଜର୍ନା କରିଥିଲେ ଓ ସର୍କିଟହାଉସକୁ ଫେରିଆସି ରାତ୍ରିଯାପନ କରିଥିଲେ । ଆସନ୍ତା କାଲି ରାଜ୍ୟପାଳ ସଡକ ପଥରେ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମହାମହିମ ରାଜ୍ୟପାଳ ଙ୍କ ଗସ୍ତ କୁ ନେଇ ନୂଆପଡା ଜିଲ୍ଲା ଚଳଚଂଚଳ ହୋଇଉଠିଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ