।। ନୂଆପଡା ବିଧାନସଭା ଆସନରୁ ବିଜେପି ରୁ ଅଭିନନ୍ଦନ ପଣ୍ଡାଙ୍କ ନାମାଙ୍କନ ଦାଖଲ ।।

Apr 22, 2024 - 21:42
 0  21
।। ନୂଆପଡା ବିଧାନସଭା ଆସନରୁ ବିଜେପି ରୁ ଅଭିନନ୍ଦନ ପଣ୍ଡାଙ୍କ ନାମାଙ୍କନ ଦାଖଲ ।।

ନୂଆପଡା- ନୂଆପଡା ନିର୍ବାଚନ ମଣ୍ଡଳିର ଭଜପା ର ଦଳିୟ ପ୍ରାର୍ଥିରୂପେ ଆଜି ଅଭିନନ୍ଦନ ପଣ୍ଡା ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅଜି ନୂଆପଡା ସ୍ଥିତ ଦଳିୟ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଟୁଆରରେ ବାହାରି ନୂଆପଡା ସହର ପରିକ୍ରମା କରି ଅଭିନନ୍ଦନ ପଣ୍ଡା ନୂଆପଡ଼ା ବିଧାନ ସଭାର ରିଟର୍ଣ୍ଣିଙ୍ଗ ଅଧିକାରୀ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ଅଭିନନ୍ଦନଙ୍କ ପିତା ତଥା କଳହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡା ଜିଲ୍ଲା ଭଜପା ସଭାପତି ସୁବ୍ରତ ଠାକୁର, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରସନ୍ନ କୁମାର ପାଢୀ, ଜିଲ୍ଲା ସଂପାଦକ କମଲେଶ କୁମାର ଦିକ୍ଷିତ, ରାଜ୍ୟ ଏସଟି ମୋର୍ଚ୍ଚା ସଦସ୍ୟ ଦୃଷ୍ଟି ମାଝି, ସୁଶାନ୍ତ କୁମାର ପତି, ଖରିଆରରୋଡ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ, ଗୋଲଡି ଅଗ୍ରୱାଲ, ବିଜେଡିରୁ ଯାଇ ଭାଜପାରେ ସାମିଲ ହୋଇଥିବା ସରୋଜ କୁମାର ସାହୁ, ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଅଭିନନ୍ଦନ କେନ୍ଦ୍ରର ଜନକଲ୍ୟାଣ ଜୋଜନା ମୋଦି ଙ୍କ ଗ୍ୟାରେଣ୍ଡି କୁ ନେଇ ଜନତା ଜନାର୍ଦ୍ଦନ ଙ୍କ ନିକଟକୁ ଯାଉଛି ବୋଲି କହିଥିଲେ । ପରେ ଅଭିନନ୍ଦନ ନିଜ ସମର୍ଥକଙ୍କ ସହ ଚାରି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଭିନନ୍ଦନ ଙ୍କ ପ୍ରସ୍ତାବକ ରୂପେ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରସନ୍ନ କୁମାର ପାଢୀ, ସରୋଜ କୁମାର ସାହୁ, ସୁଶାନ୍ତ କୁମରା ପତି, ଦେଓଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପଡୋଶି ଛତିଶ ଗଡରେ ଥିବା ଭାଜପା ସରକାର ଧାନର ସହାୟକ ମୁଲ୍ୟ, ମହିଲା ମାନଙ୍କୁ ମେହେତାରି ଯୋଜନାରେ ମାସକୁ ୧୦୦୦ଟଙ୍କା ନୂଆପଡା ଭୋଟର ଙ୍କ ଉପରେ ପ୍ରଭାବ ପକାଇବ ଓ ନୂଆପଡା ତଥା ରାଜ୍ୟରେ ଦେଉଥିବା ଆଦି ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ