ନୂଆପଡାରେ ପୁଣି ମାଓ କ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡା :(କୋରାପୁଟ ପ୍ରଥମ ଖବର) ଛତିଶଗଡ ସୀମାନ୍ତ ନୂଆପଡା ଜ଼ିଲ୍ଲା ସିନାପାଲି ଥାନା ପାଟଧରା ସଂରକ୍ଷିତ ଜଙ୍ଗଲ ଝୋଲପଡା ନିକଟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି l ଏହି କ୍ୟାମ୍ପରୁ 28 ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି l ଜ଼ିଲ୍ଲା ପୁଳିସ କାର୍ଯ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରା଼ଘବେନ୍ଦ୍ର ସୂଚନା ଦେଇଛନ୍ତି l 17 ଅଗଷ୍ଟ 2023 ଓଡିଶା ଓ ଛତିଶଗଡ ରାଜ୍ୟ ସୀମାନ୍ତ ନୂଆପଡା ଜ଼ିଲ୍ଲା ସିନାପାଲି ଥାନା ପାଟଧରା ସଂରକ୍ଷିତ ଜଙ୍ଗଲ ଝୋଲପଡା ଗାଁ ନିକଟରେ ନୂଆପଡା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିବେବୋଲି ବିଶେଷ ସୂତ୍ରରୁ ପୋଲିସ କୁ ସୂଚନା ମିଳିଥିଲା ଏହାପରେ ନୂଆପଡା ଏସପି ଜିଆର ରା଼ଘବେନ୍ଦ୍ର ନିର୍ଦେଶ କ୍ରମେ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡିଭିଏଫ, କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ l ଗତ 18 ତାରିଖ ପ୍ରାୟ ଅପରାହ୍ନ 4ଟା ସମୟରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ l ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ l ସେଠାରେ ଜବାନମାନେ ସର୍ଚ୍ଚ ଅପରେସନ କରି 28ଟି ଡିଟୋନେଟର, 1କିଲୋ ଜ୍ଵଳନଶୀଲ ପଦାର୍ଥ, ଏକେ 47 ବନ୍ଧୁକ ଗୁଳିର ଖୋକା, ରେଡ଼ିଓ, ମଲ୍ଟିମିଟର, ବ୍ୟାଟେରୀ, ମାଓ ୟୂନିଫର୍ମ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ l ଏବେ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚାଲୁରହିଥିବା ଏସପି ଜିଆର ରା଼ଘବେନ୍ଦ୍ର ସୂଚନା ଦେଇଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ କମାନଣ୍ଡେଣ୍ଟ ଏରିକ ଗିଲାବର୍ଟ ଜୋସ, ଦ୍ୱିତୀୟ କମାନଣ୍ଡେଣ୍ଟ ରତୀନ୍ଦ୍ର ସିଂ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






