ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀଙ୍କ ଦରମା ନ ମିଳିବାରୁ ଧାରଣା l

Apr 22, 2025 - 06:00
 0  10
1 / 1

1.

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀଙ୍କ ଦରମା ନ ମିଳିବାରୁ ଧାରଣା l 

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ପଡି ରହିଛି ମଇଳା, ଦରମା ମିଳୁନବାରୁ ସଫେଇ କର୍ମଚାରୀଙ୍କ ଧାରଣା ଦେଖିବାକୁ ମିଳିଛି l ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଇଳା ଉଠୁନଥିବାବେଳେ ଅନେକ ଡ଼ଷ୍ଟବିନ ରେ ପଡି ରହିଛି କୁଢ଼ କୁଢ଼ ମଇଳା । କାମ ନ କରି ଧାରଣାରେ ବସି ରହିଛନ୍ତି ସଫେଇ କର୍ମଚାରୀ । ମାସ ମାସ ହେଲା ଦରମା ମିଳି ନ ଥୁବାରୁ ସଫେଇ କର୍ମଚାରୀ ମାନେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି । ଚିକିତ୍ସାଲୟର ସଫେଇ କାମ ଠପ ହୋଇ ପଡିଛି । ମଇଳା ଉଠୁନଥୁବାରୁ ଚିକିତ୍ସାଲୟ ଗନ୍ଧ ମଧ୍ୟ ହେଲାଣି । ସଫେଇ କର୍ମଚାରୀନଙ୍କୁ କାମରେ ରଖିଥିବା ଏଜେନ୍ସି ଦରମା ଦେଉ ଥୁବା ବେଳେ ଆଲୋଚନା ପାଇଁ ଆସୁନଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ସଫେଇ କର୍ମଚାରୀ ମାନେ । ମହଙ୍ଗା ଦୁନିଆରେ ଦରମା ମିଳୁ ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି ତେଣୁ ବାଧ୍ୟ ହୋଇ ଆମେ କାମ ବନ୍ଦ କରିଛୁ ଆଉ ଦରମା ମିଲଲେ ହି ପୁଣି ସଫେଇ କାମ କରିବୁ ବୋଲି ସଫେଇ ସଂଘ କର୍ମଚାରୀ କହିଛନ୍ତି । ପୂର୍ବରୁ ସଫେଇ କାମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ମହଳରୁ ପ୍ରଶଂସିତ ହୋଇଛନ୍ତି ତେଣୁ ଆଜିପରି ଅଭାବନୀୟ ପରିସ୍ଥିତି ପାଇଁ ସମ୍ପୃକ୍ତ ଏଜେନ୍ସି କୁ ବୁଦ୍ଧିଜୀବୀ ମାନେ ଦାୟୀ କରିଛନ୍ତି ।

  

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ୍ ଓଡ଼ିଶା 

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ