ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

Apr 21, 2026 - 05:54
 0  2
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅନ୍ତର୍ଗତ କର୍ଲାପଡ଼ାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ପର୍ବ ତଥା କୃଷକ ଦିବସ ଉତ୍ସବ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଆନୁକୂଳ୍ୟରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ମାଁ ଓ ହଳ-ଲଙ୍ଗଳର ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ଜିଲ୍ଲାପାଳ ଅକ୍ଷିମୁଠି ଅନୁକୂଳ କରି ବିହନ ବୁଣି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ପବିତ୍ର ଅକ୍ଷୟ ତୃତୀୟା ଓଡ଼ିଆ ଅସ୍ମିତାର ପ୍ରତୀକ। ସରକାରଙ୍କ ବିଭିନ୍ନ କୃଷିମୂଳକ ଯୋଜନାଗୁଡ଼ିକୁ ପୁଞ୍ଜି କରି ଚାଷୀଭାଇମାନେ ସ୍ୱାବଳମ୍ବୀ ହେବା ସହିତ ଆର୍ଥିକ ଭାବେ ସଶକ୍ତ ହେବା ଆବଶ୍ୟକ। ଜିଲ୍ଲାରେ କୃଷି କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଘଟୁଛି ଏବଂ ଚାଷୀମାନେ କେବଳ ଧାନ ଚାଷରେ ସୀମିତ ନ ରହି ବିଭିନ୍ନ ପରିବା ଚାଷ ଦ୍ୱାରା ମଧ୍ୟ ଲାଭାନ୍ବିତ ହେଉଛନ୍ତି। କୃଷିର ସମଗ୍ର ବିକାଶ ଦ୍ୱାରା ଏକ ବିକଶିତ ନୂଆପଡ଼ା ଗଠନ ସମ୍ଭବ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କୃଷି ରଥ ଓ ‘ଆମ ବିହନ ରଥ’କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ୍, ଖାରିଆଲ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ, ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ବିଧାୟକ ପ୍ରତିନିଧି ଯୋଗେନ୍ଦ୍ରନାଥ ମାଝୀ, ବୋଡ଼େନ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ମାଝୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ବ୍ଲକ କୃଷି ଅଧିକାରୀ ଦୁଃଖୀଶ୍ୟାମ ଟୁଡୁ, ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ