ନୂଆପଡ଼ାରେ କୃଷି ଯନ୍ତ୍ରପାତି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୫/୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି ମେଳା ଅନୁଷ୍ଠିତ ହେବl ବୈଠକ ରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ଏହି ମେଳାର ରୁପରେଖ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ବୈଠକରେ କୃଷି ଯନ୍ତ୍ରପାତି ମେଳାର ସ୍ଥାନ, ତାରିଖ ଏବଂ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି। ଏହା ମେଳା ଆସନ୍ତା ଜାନୁଆରୀ ୧୬ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।ପାଞ୍ଚ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳା ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମେଳାରେ ଜିଲ୍ଲାର ସଫଳ କୃଷକମାନଙ୍କ ସଫଳତାର କାହାଣୀ ଏକ ନାଟକ ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ମେଳାରେ କୃଷି ଓ ଆନୁସଙ୍ଗିକ ବିଭାଗର ର ୪୦ ଟି ଷ୍ଟଲ ସ୍ଥାନ ପାଇବ l ପ୍ରତିଦିନ ବିଭିନ୍ନ ବ୍ଲକ୍ ରୁ ୨୦୦ ରୁ ଉର୍ଦ୍ଧ କୃଷକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହି ମେଳା ସହିତ ଶ୍ରୀ ଅନ୍ନ ମହୋତ୍ସବ ବି ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରା ଯାଇଛି। ଆଜିର ଏହି ପ୍ରସ୍ତୁତି ବୈଠକରେ ଲୋକସଭା ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା , ଏଫ୍ ଏଫ୍ ଏ ଅଜୟ କୁମାର ମାରାଣ୍ଡି, ଡି ଡି ଏମ୍ ନାବାର୍ଡ ସୁନାରାମ ମାଝି, ଏ ଡି ଓ ଖଡିଆଳ ସୋମନାଥ ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ, ଏ ଇ ଇ ସନ୍ଦୀପ କୁମାର ଯୋଯୋ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ଵାସ, କୃଷି ଓ ଆନୁସଙ୍ଗିକ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0