ନିର୍ମାଣ ଶ୍ରମିଜ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

Feb 23, 2024 - 18:36
 0  52
ନିର୍ମାଣ ଶ୍ରମିଜ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ନୂଆପଡା : ସ୍ଥାନୀୟ ପୋଲିସ ପଡିଆ ଠାରେ ଓଡିଶା ଜୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମବିଭାଗ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର କୁମାର ବାର୍ଲ୍ଲାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଯଦୁମଣି ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନୂଆପଡା ବ୍ଳକ ଚ୍ୟାୟାରମେନ ତାରେଶ୍ଵରୀ ସାହୁ, ଭାଇସ ଚ୍ୟାୟାରମେନ ଦୀଲ୍‌ପ ନିର୍ମଲକର, ନିର୍ମାଣ ଶ୍ରମିକ ମାନଙ୍କର କର୍ମକର୍ତା ଶୁକଦେବ ସାହୁ, ବିଏଏମଏସ ର ଶୁକ୍ଳାମ୍ବର ନିଆଲ ପ୍ରମୁଖ ଉପସ୍ଥିତ ରହି ଓଡିଶା ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁକାଳିନ ସହାୟତା ରାଶି ୧୦ଲକ୍ଷ ଟଙ୍କା ଚେକ ଆକାରରେ ପ୍ରଦାନ କରିଥିବା ବେଳେ ଶିକ୍ଷା ସହାୟତା ବାବଦକୁ ୫ଜଣ ଶ୍ରମିକଙ୍କୁ ୩୩ହଜାର, ବିବାହ କାଳିନ ସହାୟତା ୨୪୩ ଜଣଙ୍କ ୧କୋଟି ୨୧ଲକ୍ଷ ୫୦ ହଜାର, ମାତୃତ୍ଵ ସହାୟତା ୨୪ଜଣଙ୍କୁ ୨ଲକ୍ଷ ୪୦ ହଜାର, ଅନ୍ତେଷ୍ଟିକ୍ରିୟା ସହାୟତା ୫୭ଜଣଙ୍କୁ ୨ଲକ୍ଷ ୮୫ହଜାର, ମୃତ୍ୟୁ ଜାଳିନ ସହାୟତା ୮୮ଜଣଙ୍କୁ ୧କୋଟି ୭୫ଲକ୍ଷ ସେହିଭଳି ସର୍ବମୋଟ ୪୧୭ ଜଣ ନିର୍ମାଣ ଶ୍ରମିକ ମାନଙ୍କ ୩କୋଟି ୨୦ଲକ୍ଷ ୮ହଜାର ଟଙ୍କା ଅତିଥି ମାନଙ୍କ ଦ୍ବାରା ଚେକ ଆକାରରେ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ ଓ କର୍ମାଚାରୀ ଏବଂ ୪୦୦ ରୁ ଉର୍ଦ୍ଧ୍ଵ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର କୁମାର ବାର୍ଲ୍ଲା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ର ପରିଶେଷରେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶୁନିତା ଲାକ୍ରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ