।। ନବ ନିର୍ମିତ ମନ୍ଦିରରେ ଶ୍ରୀ ଲକ୍ଷ୍ମୀନାରାୟଣ ସ୍ବାମୀଙ୍କ ବିଗ୍ରହ ପ୍ରତିଷ୍ଠା ।।

Feb 25, 2024 - 09:47
 0  12
।। ନବ ନିର୍ମିତ ମନ୍ଦିରରେ ଶ୍ରୀ ଲକ୍ଷ୍ମୀନାରାୟଣ ସ୍ବାମୀଙ୍କ ବିଗ୍ରହ ପ୍ରତିଷ୍ଠା ।।

ରାୟଗଡ ଜିଲ୍ଳା କୋଲନରା ବ୍ଲକ ଅମ୍ଲାଭଟ୍ଟା ନିକଟସ୍ତ ଶ୍ରୀକ୍ଷେତ୍ର ଟାଉନ ସିପର ନବନିର୍ମିତ ମନ୍ଦିରରେ ଶ୍ରୀ ଲକ୍ଷ୍ମୀନାରାୟଣ ସ୍ବାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉସ୍ତୋବ 24/02 ରୁ ପୂଜା ଅର୍ଚ୍ଚନା ଆରମ୍ଭ ହୋଇ 29/02 ତାରିଖ ଦିନ ଶେଷ ହେବ। ଏହି ଅବସରରେ ଶହ ଶହ ମହିଳା ମାନେ ଜେକେପୁରର କଲ୍ୟାଣ ଭେଙ୍କଟେଶ୍ୱରା ମନ୍ଦିରରେ କଳସ ପଦଯାତ୍ରା ଆରମ୍ଭ ହୋଇଥିଲା। ମହିଳାମାନେ ପୁଣ୍ୟ ନଦୀ ନାଗାବଳୀ ନଦୀରୁ କଳସ ରେ ନଦୀ ଜଳ ସଂଗ୍ରହ କରି ବିଶାଳ ଶୋଭାଯାତ୍ରାରେ ବାହାରି ନବ ନିର୍ମିତ ମନ୍ଦିର ପରିସରରେ ପହଞ୍ଚି ଥିଲେ। ମନ୍ଦିରର ଟ୍ରଷ୍ଟି ତଥା ପରିଷଦର ସଭାପତି ଡୁଡାଲା ଶ୍ରୀନିବାସଙ୍କ ନେତୃତ୍ୱରେ ଆୟୋଜନ କରାଯାଉଛି।ଉକ୍ତ ମାଙ୍ଗଳିକ ମହୋତ୍ସବରେ ପ୍ରତ୍ୟେକ ପଞ୍ଚରାତ୍ର ଆଗମୋକ୍ତ, ପଞ୍ଚାହ୍ନିକଦୀକ୍ଷାପରିମିତ, ପଞ୍ଚକୁଣ୍ଡାତ୍ମକ, ବିଦାନେନ, ମୂଲ, ୟାଗ, ବଲି, ସ୍ନାନ ତୀର୍ଥୟାତ୍ରା, ଶ୍ରୀ ଚତୁର୍ଭୁଜ ତାୟାର୍, ଶ୍ରୀସୁଦର୍ଶନ, ଆକ୍ବାର୍ଲା, ବୈନତେୟା, କ୍ଷେତ୍ରପାଲକା ଦାସାଞ୍ଜନେୟା, ଧ୍ବଜସ୍ତମ୍ଭ, ରାଜଗୋପୁର, ର୍ୟତ୍ର ଶିଖରକୁଭ ଚକ୍ରାଦି ଓ ହୋମ ଯଜ୍ଞ ଇତ୍ୟାଦି ପାରମ୍ପାରିକ ରୀତି ନୀତି ରେ ପୂଜା ଅର୍ଚ୍ଚନା ହୋଇ ବିଗ୍ରହ ପ୍ରତିଷ୍ଠା କରାଯିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ଘଣ୍ଟା ୦୫.୩୦ ମି ଠାରୁ ଶ୍ରୀବିଷ୍ଣୁ ସହସ୍ରନାମସ୍ତୋତ୍ରର ସାମୂହିକ ଉଚ୍ଚାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ