ନବରଙ୍ଗପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ

Dec 16, 2025 - 19:09
 0  37
ନବରଙ୍ଗପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୬.୧୨.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ର ବଡ଼ମସିଗାଁ ଠାରେ ଆଜି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଛି !ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂସଦ ଖେଳ ଉତ୍ସବର ଶୁଭାରମ୍ଭ କରିଛନ୍ତି ! ସ୍ଥାନୀୟ ଗ୍ରାମ ଦେବତୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇ କ୍ରୀଡା ମଶାଲ ପ୍ରଜ୍ବଳିତ କରାଯାଇଥିଲା ! ନବରଙ୍ଗପୁର ବିଡ଼ିଓ ଡ ସୁନୀଲ ଖରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ସାଂସଦ ଖେଲ ମହୋତ୍ସବ ର ଜିଲ୍ଲା ସଂଯୋଜକ ଅର୍ଜୁନ ତ୍ରିପାଠୀ,ସମାଜସେବୀ କୁଞ୍ଜ ବିହାରୀ ଦାସ,କୋର୍ କମିଟି ସଦସ୍ୟ ଜ୍ୟୋତି ରଞ୍ଜନ କଂସ, ବଡମସୀ ଗାଁ ସରପଞ୍ଚ କମଲେଶ୍ୱରି ନାୟକ,ଶର୍ମିଷ୍ଠା ଦେଓ, ସନ୍ତୋଷ ପାତ୍ର ,ଅନ୍ୟାନ୍ୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ! ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଖେଲ ମହୋତ୍ସବ ରେ କ୍ରିକେଟ, ଫୁଟବଲ, ଭଲିବଲ, ୧୦୦ ମିଟର, ୨୦୦ ମିଟର, କବାଡି, ଖୋକ, କୌତୁକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ