ନବରଙ୍ଗପୁର ଠାରେ "ସ୍ୱଚ୍ଛତା ହିଁ ସେବା " ସ୍ଵଛୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sep 15, 2025 - 19:05
 0  31
ନବରଙ୍ଗପୁର ଠାରେ "ସ୍ୱଚ୍ଛତା ହିଁ ସେବା " ସ୍ଵଛୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୫.୦୯.୨୦୨୫ ରିଖ: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ମାନ୍ୟବର ସାଂସଦ ( ଲୋକସଭା ) ବଳଭଦ୍ର ମାଝି ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ( ଗାନ୍ଧୀ ଜୟନ୍ତୀ ) ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସ୍ଵଛୋତ୍ସବ ( ସେବା ପକ୍ଷ ) ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଏବଂ କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ! ଦେଶରେ ପରବର୍ତୀ ପିଢ଼ିକୁ ଏକ ସ୍ୱଚ୍ଛ,ସବୁଜ ଓ ସୁସ୍ଥ ଭବିଷ୍ୟତ ଦେବା ପାଇଁ ଏହି କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ସମସ୍ତ ପଞ୍ଚାୟତ, ବ୍ଲକ, ସରକାରୀ କାର୍ଯ୍ୟାଳୟ,ହାଟ, ଡାକ୍ତରଖାନା, ବ୍ୟାଙ୍କ,ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସମସ୍ତ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ସମସ୍ତଙ୍କୁ ସାମିଲ କରି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯିବ ! ଏହି ଅବସରରେ ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପେଣ୍ଟି ପ୍ରତିଯୋଗିତା, କୃଷି,କଳା,ଉଦ୍ୟୋଗୀ ଇତ୍ୟାଦି କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବା ପାଇଁ ସାଂସଦ ବୈଠକ ରେ କହିଥିଲେ ! ଅକ୍ଟୋବର ୩ ତାରିଖ ରେ ଦୁର୍ଗା ପୂଜା ସଫେଇ ଅଭିଯାନ, ଏକକ ଉପଯୋଗ ପ୍ଲାଷ୍ଟିକ ମୁକ୍ତ ବଜାର,ସେପ୍ଟେମ୍ବର ୨୫ ତାରିଖ ରେ ଏକ ଦିନ,ଏକ ଘଣ୍ଟା,ଏକ ସାଥ କାର୍ଯ୍ୟକ୍ରମରେ ସମସ୍ତ ଜନ ସାଧାରଣ ସାମିଲ ହେବା,ସେପ୍ଟେମ୍ବର ୨୭ ତାରିଖ ରେ ପର୍ଯ୍ୟଟନ ସ୍ଥଳ ରେ ସ୍ୱଚ୍ଛତା ଓ ସଫେଇ କୁ ଗୁରୁତ୍ବ, ପ୍ରତ୍ୟେକ ଗାଁ,ପ୍ରତ୍ୟେକ ପଞ୍ଚାୟତ,ପ୍ରତ୍ୟେକ ବ୍ଲକରେ ମହିଳା ଗୋଷ୍ଠୀ,ସ୍ୱଚ୍ଛ ସାଥୀ,ଜନ ପ୍ରତିନିଧି,ଜନ ସାଧାରଣ ସାମିଲ ହେବା, ଖୋଲା ମଳତ୍ୟାଗ ମୁକ୍ତ ଗାଁ ଘୋଷଣା,ସଫାଇ ମିତ୍ର ଶିବିର, ଉପରେ ବିଶେଷ ଆଲୋଚନା ହୋଇଥିଲା ! ଜିଲ୍ଲାପାଳ ବି ଡି ଓ ମାନଙ୍କୁ ନିଜ ବ୍ଲକ୍ ରେ ସଫେଇ ଓ ପରିମଳ ଅଭିଯାନ କୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ !ବୈଠକ ରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ,ପୌରପାଳିକା ନିର୍ବାହୀ ଅଧିକାରୀ ଓ ସମସ୍ତ ବିଡ଼ିଓ ଉପସ୍ଥିତ ଥିଲେ ! ଶେଷରେ ଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ