ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ

Nov 27, 2025 - 19:49
 0  3
ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୭.୧୧.୨୦୨୫ ରିଖ: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ମାନ୍ୟବର ସାଂସଦ ( ଲୋକସଭା ) ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଯୁଗ୍ମ ନିର୍ଦ୍ଦେଶକ ( ପଞ୍ଚାୟତି ରାଜ ) ବିମ୍ବାଧର ସେଠୀ,ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ,ମାନ୍ୟବର ସାଂସଦ ରାଜ୍ୟସଭା ପ୍ରତିନିଧି କାଜମ ମାଦାନି,ମାନ୍ୟବର ବିଧାୟକ ନବରଙ୍ଗପୁର ଙ୍କ ପ୍ରତିନିଧି ମୃତ୍ୟୁଞ୍ଜୟ ମହାରଣା,ମାନ୍ୟବର ବିଧାୟକ ଝରିଗାଁ ଙ୍କ ପ୍ରତିନିଧି ଗୋବିନ୍ଦ ଜୈନ ଉପସ୍ଥିତ ଥିଲେ ! ବୈଠକରେ ପୌରପାଳିକା ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ,ଦିସା ସଦସ୍ୟ ଜଗଦୀଶ ବିଷୋୟୀ, ଝାଡେଶ୍ୱର୍ ଖାଡ଼ାଙ୍ଗା ଉପସ୍ଥିତ ଥିଲେ !ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ ! ସ୍ଵାସ୍ଥ୍ୟ ବିଭାଗର ଆୟୁଷ୍ମାନ କାର୍ଡ ଓ ବୟୋବନ୍ଦନା କାର୍ଡ ବିତରଣ,ସିକିଲସେଲ, ଥାଲ ସେମିଆ,ମ୍ୟାଲେରିଆ ରୋଗ,ଉଚ୍ଚ ରକ୍ତଚାପ,ମଧୁମେହ , ଯକ୍ଷ୍ମା ରୋଗ ର ସ୍କ୍ରିନିଂ,ନିରାକରଣ ଓ ଔଷଧ ବ୍ୟବସ୍ଥା ଉପରେ ସି ଡି ଏମ ଓ ଗୃହରେ କହିଥିଲେ !ଜିଲ୍ଲାରେ ମୁଦ୍ରା ଯୋଜନାର ସଫଳ ରୂପାୟନ ଏବଂ ଯେଭଳି ଅନେକ ଯୁବକ ଯୁବତୀ ଏହାର ଲାଭ ଉଠାଇ ସ୍ୱାବଲମ୍ବୀ ହୋଇ ପାରିବେ ଏବଂ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଅଧିକ ସଂଖ୍ୟାରେ ପଞ୍ଜିକରଣ ଓ ଋଣ ପ୍ରଦାନ ଉପରେ ଗୁରୁତ୍ବ ଦେବାକୁ ମାନ୍ୟବର ସାଂସଦ କହିଥିଲେ !ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ଭାରତମାଲା ପ୍ରକଳ୍ପ ଅତିଶିଘ୍ର ସଂପୂର୍ଣ୍ଣ କରିବା ଏବଂ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀ ଙ୍କୁ ମାନ୍ୟବର ସାଂସଦ କହିଥିଲେ ! ସେଭଳି ରେଲୱେ କାର୍ଯ୍ୟପାଇଁ ଜମି ଅଧିଗ୍ରହଣ,ଟେଣ୍ଡର କାର୍ଯ୍ୟ ଶୀଘ୍ର ପଦକ୍ଷେପ ଉପରେ ସାଂସଦ ଅଧିକ ଗୁରୁତ୍ବ ଦେଲେ ! ଜିଲ୍ଲାର ୧୫୨ ଟି ଗ୍ରାମ୍ୟ ପଞ୍ଚାୟତରେ ଭାରତ ନେଟ ଦ୍ଵାର ନେଟ ସୁବିଧା ସେଭଳି ସନ୍ତୋଷଜନକ ହୋଇନାହିଁ ଏବଂ ଏହା ଫେବୃଆରୀ ସୁଦ୍ଧା ପୁରା କାର୍ଯ୍ୟକ୍ଷମ କରିବାକୁ ସାଂସଦ ନିର୍ଦ୍ଦେଶ ଦେଲେ ! ମନରେଗା ଯୋଜନାରେ ଅଧିକ ସଂଖ୍ୟାରେ ଜବ କାର୍ଡଧାରୀ କାମ ପାଇବେ , ମେସିନ ଦ୍ବାରା କୌଣସି ମନରେଗା କାମ ନ କରିବା ଓ ଅନ୍ୟ ବିଭାଗ ଉଦ୍ୟାନ, ଜଳଛାୟା,ବନ ବିଭାଗ ମଧ୍ୟ ଏହି ମନରେଗା ରେ ନିଜର ପ୍ରକଳ୍ପ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ କହିଥିଲେ ! ଯେଉଁଠି ରାସ୍ତା ଗମନାଗମନ ର ଅସୁବିଧା ରହୁଛି ଆର୍ ଡି,ପି ଡ଼ବ୍ଲୁ ଡି ଓ ପଞ୍ଚାୟତି ବିଭାଗ ସ୍ୱମନ୍ନୟ ରଖି ଏହାର ଉଚିତ୍ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ! କ୍ଷୁଦ୍ର ଜଳସେଚନ ବିଭାଗ ଜିଲ୍ଲାରେ ବିଭିନ୍ନ ଜଳଉତ୍ସର ଆକଳନ କରି ତାର ସଠିକ ପ୍ରକଳ୍ପପ୍ରସ୍ତୁତ ପୂର୍ବକ ଚାଷ ପାଇଁ ଜଳସେଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ! ଗୃହରେ ଜଳ ସେଚନ,ଉଠା ଜଳସେଚନ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ! ସେଭଳି ଗତ ତା: ୨୬.୬.୨୦୨୫ ରିଖ ରେ ଗୃହରେ ଜନପ୍ରତିନିଧି ଓ ଦିସା ସଦସ୍ୟ ଙ୍କ ଦ୍ଵାରା ବିଭିନ୍ନ ବିଭାଗ ଯଥା ,ସ୍ବାସ୍ଥ୍ୟ,କୃଷି,ଉଦ୍ୟାନ,ଶିକ୍ଷା,ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ ,ରାସ୍ତା ଓ ଗୃହ ନିର୍ମାଣ, ଭାରତମାଲା,ଖାଦ୍ୟ ଯୋଗାଣ,ସମାଜ କଲ୍ୟାଣ,ଦକ୍ଷତା ବିକାଶ ,ବନ ବିଭାଗ ସମ୍ବନ୍ଧିୟ ବିଭିନ୍ନ ପ୍ରଶ୍ନର ଉତ୍ତର ଓ କାର୍ଯ୍ୟାନୁଷ୍ଠାନ ର ପଦକ୍ଷେପ ଗୃହରେ ରଖାଯାଇଥିଲା ! ଗୃହରେ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ପାଇଁ ପଦକ୍ଷେପ ସ୍ୱରୂପ ମାନ୍ୟବର ସାଂସଦ ଶିଶୁ ବିବାହ ବିରୋଧରେ ଉପସ୍ଥିତ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ ! ଗୃହରେ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ