ନବରଙ୍ଗପୁର ଠାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩ .୧୨.୨୦୨୫ ରିଖ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠୀତ ହୋଇଯାଇଛି ! ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ୦୧ ( ଗୋଟି ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବି ( MACT ) ବାବଦକୁ ଫଇସଲା କରି ଟ.୧୦,୨୧,୪୩୪ /- କ୍ଷତିପୂରଣ ଆଦାୟ କରିଛନ୍ତି ! ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୩ ( ଗୋଟି ) ପାରିବାରିକ ବିବାଦର କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ ( ୦୩ ) ତିନି ଗୋଟି କେସରେ ଦୀର୍ଘ ଦିନ ବିବାଦର ଅନ୍ତ ଘଟାଇ ଦମ୍ପନ୍ତୀଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି ! ବରିଷ୍ଠ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୦୩ ଟି ବ୍ୟ।ଙ୍କ ଋଣଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୮,୫୭.୦୨୫.୮୬ ଟଙ୍କା ଋଣ ଆଦାୟ କରିଛନ୍ତି ଓ ୪ ଟି ଦେବାନୀ କେସ ଫଇସଲା କରାଇଛନ୍ତି ! ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୬୬ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ୦୩ ଟି ଏନ॰ଆଇ॰ ଆକ୍ଟ କେସ ସମାଧାନ କରି ଟ.୧୫,୩୫୩/- ଜୋରିମାନା ଆଦାୟ କରିଛନ୍ତି ! ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ ୭ ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଛନ୍ତି ! ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୦୦ ଗୋଟି କୋର୍ଟ କେସ ଓ ୩୭,୭୩୦ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୪,୩୪,୩,୬୫୪/- ରାଜସ୍ୱ ଆଦାୟ କରାଯାଇଛି ! ସେହିପରି ବ୍ୟାଙ୍କର ୨୨ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୫,୭୯,୭୮୪ /- ରୁଣ ଆଦାୟ କରାଯାଇଛି ! ଟିପିଏସଓଡ଼ିଏଲ ୧୮୭ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୫,୮୬,୬୫୧ /- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି ! ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡଅଧିକାରୀ ସୀମା ତ୍ରିପାଠୀ, ଯୋଗ ଦେଇଥିଲେ ! ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଶାଶ୍ଵତୀ ମିଶ୍ର ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0