।। ଧନ୍ଦା ମୂଳକ ପ୍ରଶିକ୍ଷକ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Jul 30, 2023 - 19:43
 0  24
।।  ଧନ୍ଦା ମୂଳକ ପ୍ରଶିକ୍ଷକ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଭୁବନେଶ୍ୱର ATDC (Apparel Training & Designing Center) ଠାରେ ଧନ୍ଦାମୂଳକ ପ୍ରଶିକ୍ଷିକ/ପ୍ରଶିକ୍ଷିକା ମାନଙ୍କର ଏକ ତାଲିମ କାର୍ଯ୍ୟ ଅନୁଷ୍ଠିତ ହୋଇଛି।ଏହି ତାଲିମ ସଂସ୍ଥା ର ଷ୍ଟେଟ ହେଡ ତଥା ପ୍ରିନ୍ସିପାଲ ଶ୍ରୀଯୁକ୍ତ ମଳୟ ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାରମ୍ଭ ରେ ସଂସ୍ଥା ର ସଂଯୋଜକ ଶ୍ରୀଯୁକ୍ତ ଗଗନ ମିଶ୍ର ତାଲିମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଏହି ତାଲିମ ରେ ବରିଷ୍ଠ ଅଧ୍ୟାପକ ତଥା ଆଇନିଜୀବୀ ଡ଼.ଅଶୋକ ମିଶ୍ର (Utakal Institute of Management &Legal Studies, chairman)ଓସେପା ର PMU ବିଭାଗ ର ପରିଚାଳନା ରେ ଥିବା ଶ୍ରୀମତୀ ସାଗରୀକା ମହାପାତ୍ର ଏବଂ ଟେକ୍ନିସିଆନ ଶ୍ରୀଯୁକ୍ତ ମହେଶ୍ୱର ଭଟ ପ୍ରମୁଖ ସଂସ୍ଥାର ଅଧୀନରେ ଥିବା ପ୍ରଶିକ୍ଷକ ଏବଂ ପ୍ରଶିକ୍ଷୀକା ମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇଥିଲେ।ଡ଼: ମିଶ୍ର ଶିକ୍ଷା ର ଗୁଣାତ୍ମକ ବିକାଶ ଏବଂ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କିପରି ସୁ ଯୋଗାଯୋଗ ସ୍ଥାପନ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ। ସେହିପରି ଶ୍ରୀମତୀ ମହାପାତ୍ର ଧନ୍ଦାମୂଳକ ଶିକ୍ଷା ମମସ୍ତ ବିଷୟ ସହ କିପରି ଯୋଗାଯୋଗ କରିହେବ ଏବଂ ଶିକ୍ଷା ର କିପରି ଉର୍ଣ୍ଣତ୍ତି ହେବା ସହ ଛାତ୍ରଛାତ୍ରୀ କିପରି ରୋଜଗାର କ୍ଷମ ହୋଇପାରିବ।ସେ ବିଷୟରେ ଆଲୋଚନା କରିଥିବା ବେଳେ ଶ୍ରୀଯୁକ୍ତ ମହେଶ୍ୱର ଭଟ ଲାଇଟ ହାଉସ ଆପ ରେ ଥିବା କିଛି ସମସ୍ୟା ଏବଂ ତ୍ରୁଟି କୁ କିପରି ଭାବେ ସମାଧାନ କରାଯାଇପାରେ ସେ ବିଷୟରେ ଅବଗତ କରାଇଛନ୍ତି। ସମସ୍ତ ପ୍ରଶିକ୍ଷିକ ଙ୍କ ତରଫରୁ ଦଶମ ବୋର୍ଡ ପରୀକ୍ଷା ର ମୂଲ୍ୟାଙ୍କନ ପୂର୍ଵ ପରି କିପରି ସଂଶୋଧନ ହୋଇପାରିବ ,ଭୋକେସନାଲ ଲାଵ ର ଗୃହ ସମସ୍ୟା ଏବଂ ଲାଇଟ ହାଉସ ଅପର ର କିଛି ପରିବର୍ତ୍ତନ ପାଇଁ ମତ ପ୍ରକାଶ କରିଛନ୍ତି। ପରିଶେଷରେ ସମସ୍ତ ପ୍ରଶିକ୍ଷିକ ତାଲିମ ର ସମସ୍ତ ଅଧିକାରୀ ଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

 ଟିଟିଲାଗଡ଼ ରୁ ସତ୍ୟଜିତ ସଡଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ