।। ଦୁର୍ନୀତିର ଗନ୍ତାଘର ପାଲଟିଛି ବରୀ ତହସିଲ କାର୍ଯ୍ୟାଳୟ ।।

Aug 31, 2024 - 16:07
 0  19
।। ଦୁର୍ନୀତିର ଗନ୍ତାଘର ପାଲଟିଛି ବରୀ ତହସିଲ କାର୍ଯ୍ୟାଳୟ ।।

ବରୀ-ସରକାର ବଦଳିଛି। କିନ୍ତୁ ସରକାରୀ କର୍ମଚାରୀ ଙ୍କ ଦୁର୍ନୀତିପୂର୍ଣ୍ଣ ଚିନ୍ତାଧାରା ବଦଳି ନାହିଁ। ଏହାର ନିଚ୍ଛକ ଉଦାହରଣ ଭାବେ ଯାଜପୁର ଜିଲ୍ଲା ବରୀ ତହସିଲ କାର୍ଯ୍ୟା ଳୟକୁ ନିଆଯାଇ ପାରେ। ଏହି ତହସିଲ କାର୍ଯ୍ୟାଳୟରେ ଆରପି କେଶ ଠାରୁ ଆରମ୍ଭ କରି ମିୟୁଟେସନ ଓ ଛାତ୍ର ଛାତ୍ରୀ ଙ୍କ ଜାତି ଗତ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ବିଭିନ୍ନପ୍ରମାଣ ପତ୍ର ପାଇବା କ୍ଷେତ୍ରରେ ଆବେଦନକାରି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥୁବାର ଦେଖିବାକୁ ମିଳିଛି। ସରକାରୀ ନିୟମ ମୁତାବକ ଜଣେ ବ୍ୟକ୍ତି ଜମି କ୍ରୟ କଲେ ଏକ ମାସ ମଧ୍ୟରେ ମିୟୁଟେସନ କରାଯାଇ ତାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ କଥା,କିନ୍ତୁ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଅବହେଳା ଯୋଗୁଁ ବର୍ତମାନ ଅବସ୍ଥାରେ ଫେବୃୟାରୀ ମାସର ମିୟୁଟେସନ କାର୍ଯ୍ୟ ଚାଲିଛି ବୋଲି ଦାୟିତ୍ବରେ ଥିବା କର୍ମଚାରୀ ପ୍ରକାଶ କରିଛନ୍ତି।ଏତଦ ବ୍ୟତୀତ ଦୀର୍ଘ ଦିନ ଧରି ଆରପି କେଶ ର ସମାଧାନ ନିମନ୍ତେ ବିଭିନ୍ନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ଆସୁଥିବା ରିପୋର୍ଟ ଚାପି ଦିଆ ଯାଉ ଥିବାରୁ ଆବେଦନ କାରି ମାନେ ବାରମ୍ବାର ତହସିଲ କାର୍ଯ୍ୟାଳୟ କୁ ଦଉଡି ଦୌଡ଼ି ନିରାଶ ହେବାର ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ବର୍ତମାନ ବନ୍ୟା ସମୟ ହୋଇଥିବାରୁ ଏହି ତହସିଲ ଅଧିନସ୍ଥ ଅଙ୍ଗାଳୋ, ମଧୁସୂଦନପୁର, ରତଳାଙ୍ଗ, ପ୍ରଭୁତି ପଂଚାୟତ ର ବହୁ ବ୍ୟକ୍ତି ତହସିଲ କାର୍ଯ୍ୟଳୟକୁ ଆସି ଦାୟିତ୍ବରେ ଥିବା କର୍ମଚାରୀ ମାନେ ଅନୁପସ୍ଥିତ ଥିବାରୁ ନିରାଶ ହୋଇ ଫେରିବା ସହିତ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଶେଷ କରି ଦୀର୍ଘ ଦିନ ଧରି ଏହି ତହସିଲ ଅଧୀନରେ କାର୍ଯ୍ୟ ରତ ଥିବା ଜଣେ କର୍ମଚାରୀ ତହସିଲ କାର୍ଯ୍ୟାଳୟର ସବୁ କ୍ଷମତାକୁ ନିଜର ଅକ୍ତିଆର ରେ ରଖି ସରକାରୀ ନିୟମକୁ ଉଲ୍ଲଘଂନ କରିବା ସହ ବ୍ୟାପକ ଲାଞ୍ଚ ନେଉଥିବାରୁ ତହସିଲ କାର୍ଯ୍ୟାଳୟରେ ସଠିକ ଭାବେ କାର୍ଯ୍ୟ ହୋଉପାରୁନାହିଁ ବୋଲି କିଛି ରାଜସ୍ବ ନିରୀକ୍ଷକ ନିଜ ନାମ ଗୋପନ ରଖି ପ୍ରକାଶ କରି ଛନ୍ତି। କର୍ମଚାରୀଙ୍କ ଅନୁପସ୍ଥିତ ଓ ବିଭିନ୍ନ କାର୍ଯ୍ୟ ପାଇଁ ବରୀ ତହସିଲକୁ ଆସୁଥିବା ଲୋକ ମାନଙ୍କ ଅଭିଯୋଗକୁ ଭିତ୍ତି କରି ବରୀ ତହସିଲଦାର ସାଇ ଶ୍ରୀ ଲୋକ ନାଥ ସେଠିଙ୍କୁ ପଚାରିବାରେ ସେ କୁହନ୍ତୁ କର୍ମଚାରିଙ୍କ ଅଭାବ ଜନିତ ଘଟଣା କୁ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଲୋକମାନଙ୍କ ଅଭିଯୋଗ ଓ ବିଭିନ୍ନ କାର୍ଯ୍ୟ ପାଇଁ ଆବେଦନ କରିଥିବା ଆବେଦନ କାରି ଙ୍କ କାର୍ଯ୍ୟ କିଭଳି ଭାବରେ ସଠିକ ଭାବେ କରାଯାଇ ପାରିବ ସେ କ୍ଷେତ୍ରରେ ପଦକ୍ଷେପ ନେବି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ