ଦୁର୍ଘଟଣାରେ ପ୍ରାଣ ହରାଇଲେ ପନ୍ଦି ଲଛମାମା
ପଡ଼ିଆ: ମାଲକାନଗିରି ଜିଲ୍ଲା ସୀମାଵର୍ତ୍ତୀ ଛତିଶଗଡ଼ର ଜିଲ୍ଲା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପଡ଼ିଆ ଗ୍ରାମର ପନ୍ଦି ଲଛମାମା ୬୮ ଵର୍ଷୟ ଵୃଦ୍ଧା ପ୍ରାଣ ହରାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବୃଦ୍ଧା ଜଣଙ୍କୁ ଛତିଶଗଡ଼ର ଦୋରନାପାଲ ଠାରେ ଚିକିତ୍ସା କରାଯାଉ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ପରେ ଆଇନଗତ ପ୍ରକ୍ରିୟା ଶେଷ କରାଯାଇ ପଡ଼ିଆ ଅଣାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପଡ଼ିଆ ଗ୍ରାମର ପନ୍ଦି ଲଛମାମା ନାମକ ଜଣେ ବୃଦ୍ଧା କୋଣ୍ଟା ସାପ୍ତାହିକ ହାଟକୁ ଯାଇ ଖେଜା(ଵୁଲି ବୁଲି ବ୍ୟବସାୟ କରିବା) କରି ଫେରୁ ଥିବା ବେଳେ ବିର୍ଲା ନିକଟରେ ଥିବା ମୋଡରେ ବାମ ପାର୍ଶ୍ଵରୁ ଦ୍ରୁତ ଗତିରେ ଜଣେ ଯବାନ ମୋଟର ସାଇକେଲରେ ଆସି ଅଟୋ ସହ ଧକ୍କା ଦେଇଥିଲେ । ଏହି ସମୟରେ ବାମ ପାର୍ଶ୍ବରେ ବସିଥିବା ପନ୍ଦି ଲଛମାମା ଗୁରୁତର ଭାବେ ଆଘାତ ପାଇ ରକ୍ତାକ୍ତ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଦୋରନାପାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପନ୍ଦି ଲଛମାମାଙ୍କ ମୁତ୍ୟୁ ହୋଇଥିଲା । ଅନ୍ୟ ପଟେ ପନ୍ଦି ଲଛମାମାଙ୍କ ଏଭଳି ମୁତ୍ୟୁକୁ ନେଇ ପଡ଼ିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଵା ଦେଖିବାକୁ ମିଳିଛି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0