।। ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଗଣଧାରଣା ।।

Sep 8, 2023 - 17:27
 0  85
।। ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଗଣଧାରଣା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଥୁଆମୂଳ ରାମପୁର ବ୍ଳକର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଜିତ କୁମାର ନାୟକ ଙ୍କ ନେତୃତ୍ୱ ରେ ୩ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣା ଦିଆଯଇଥିଲା।

ପ୍ରଥମ ଦଫା ଦାବି ଠିକା ନିଯୁକ୍ତି ଉଛେଦ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ କାର୍ଯ୍ୟାଳୟ କୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହ ଏକ୍ସକେଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୂକ୍ତ କରିବା, କଳା, କ୍ରୀଡା ଓ ଗଣ ଶିକ୍ଷକଙ୍କୁ ନିୟମିତ କରିବା

, ଦ୍ବିତୀୟ ଦଫା ଅବିକଳ କେନ୍ଦ୍ରୀୟ ହାର ରେ ଦରମା ଏଣ୍ଟ୍ରି ଲେବେଲ ରେ ୪୨୦୦ ଗ୍ରେଡ଼ ପେ ପ୍ରଦାନ ତୃତୀୟ ଦଫା ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ କରିବା ଏହି ୩ ଦଫା ଦାବି କରାଯାଇ ଗଣ ଧାରଣା ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ନାଏକ ଉଦେଶ୍ୟ ଜ୍ଞାପନ କରିଥିଲେ, ବ୍ଲକ ଉପସଭାପତି ସୁବାଷ ଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ବେହେରା, ଭବାନୀଶଙ୍କର ଗହୀର, ସଂଯୋଜକ ଚୈତନ୍ୟ ନାଏକ,

କୋଷାଧ୍ଯକ୍ଷ ମାଧବ ଚରଣ ନାଏକ, ଅର୍ଣ୍ଣପୂର୍ଣ୍ଣା ବାଗ, ସି ଆର ସି ସି ସୁନାଧର ମାଝୀ, ସୁବାଷ ଚନ୍ଦ୍ର ବିଶ୍ୱାଳ, ଯଦୁମଣି ନାଏକ, ଲେବେଲ ଥାର୍ଡ଼ ଶିକ୍ଷକ ନରେନ୍ଦ୍ର କୁମାର କାମ୍ପାଲ, ଜିଲ୍ଲା ଏମ ଏଲ ଇ ଶିକ୍ଷକ ସଂଘ ର ସମ୍ପାଦକ ଗଜେନ୍ଦ୍ର ମାଝୀ, ବ୍ଲକ ଜୁନିଅର ଶିକ୍ଷକ ସଂଘ ର ସଭାପତି ରଶ୍ମି ରଞ୍ଜନ ପଟ୍ଟନାଏକ, ବାଲସିଂ ମାଝୀ, ସୁଶାନ୍ତ ନାଏକ, ପ୍ରସନ୍ନ କୁମାର ନିଆଲ, ରାଜେନ୍ଦ୍ର ଭତ୍ରା, ରାମେଶ୍ୱର ନାଏକ, ଜିଲ୍ଲା କୋର କମିଟି ସଦସ୍ୟ ତପନ କୁମାର ବେହେରା ସଂଗ୍ରାମୀ ଅଭି ଭାଷଣ ଦେଇଥିଲେ ଏବଂ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ଏଥିରେ କହାଯାଇଛି ଯଦି ଆଗାମୀ ଦିନରେ ଦାବି ଗୁଡିକ ହାସଲ ନହେଲେ ଆଗକୁ ତାଲା ବନ୍ଦ ଆନ୍ଦୋଳନ କରିବା ପାଇଁ ସଂଘ ତରଫରୁ ଚେତାବନୀ ଦିଆଯାଇଥିଲା ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ