।। ଥୁଆମୂଳ ରାମପୁର ବସଷ୍ଟାଣ୍ଡ ରେ ଶୌଚାଳୟ ବ୍ଯବସ୍ଥା ନାହିଁ ଯାତ୍ରୀମାନେ ହସ୍ତସନ୍ତ ।।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ମୁଖ୍ଯାଳୟ ଓ ଏଥିରେ ସରକାରୀ ବେସରକାରୀ କାର୍ଯ୍ଯାଳୟ ରହିଅଛି ତେଣୁ ଲୋକେ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ବ୍ଳକର ଦୁର୍ଗମ ଅଞ୍ଚଳ ତଥା ଦୂରଦୂରାନ୍ତରୁ ଅନେକ ଲୋକଙ୍କ ସମାଗମ ହୋଇଥାଏ। ତାଛଡା ଏହି ବ୍ଳକକୁ ନବରଙ୍ଗପୁର ଜିଲ୍ଲା ରାୟଗଡା ଜିଲ୍ଲା ଓ ଭବାନୀପାଟଣା ସହିତ ଯୋଗାଯୋଗ ରହିଅଛି। ଥୁଆମୂଳ ରାମପୁର ଠାରୁ ଭବାନୀପାଟଣା ଓ ରାୟଗଡ଼ା ଠାରୁ ଥୁଆମୂଳ ରାମପୁର କୁ ବସ ଚଳାଚଳ କରୁଅଛି। ତେବେ ଏଠାରେ ଯାତ୍ରୀ ଙ୍କ ନିମନ୍ତେ ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ବ୍ଯବସ୍ଥାର ଘୋର ଅଭାବ ରହିଅଛି। ଯାହାଫଳରେ ଯାତ୍ରୀ ମାନେ ଅନେକ ସମୟରେ ହଇରାଣ ହେବା ସହିତ ବାରଦୁଆର ଶୁଣ୍ଢିପିଣ୍ତା ହେଉଛନ୍ତି। ଏହି ଘଟଣା ବର୍ତ୍ତମାନର ନୁହେଁ ଦୀର୍ଘ ବର୍ଷରୁ ଏ ଅସୁବିଧା ରହି ଆସିଛି। ଏହାକୁ ନେଇ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ପ୍ରଶାସନ ପକ୍ଷରୁ ଦୃଷ୍ଟି ନଦେବା ହିଁ ଦୁଃଖ ଓ ପରିତାପର ବିଷୟ ବୋଲି ଆଲୋଚନା ହେଉଅଛି। ତେବେ ଆଉ କେତେ ବର୍ଷ ପରେ ଏହାର ସମାଧାନ ହେବ ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏହାକୁ ଦୃଷ୍ଟିରେ ରଖି ଲୋକେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ପ୍ରକାରେ ଏହାର ସମାଧାନ କରାଯାଉନାହିଁ। ଏହି ସ୍ଥାନକୁ ମନ୍ତ୍ରୀ ଠାରୁ ଆରମ୍ଭ କରି ହାକିମଙ୍କ ଆଗମନ ହେଉଥିଲେ ମଧ୍ୟ ଏହି ଦୃଶ୍ୟ କୁ ଦେଖିବା ଓ ସମାଧାନ କରିବା ପାଇଁ ସମୟ କାହାପାଖରେ ନାହିଁ ବୋଲି ସ୍ଥାନେ ସ୍ଥାନେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉନଥିବା ଶୁଣିବାକୁ ମିଳୁଛି। ବିଶେଷ କରି ଏହି ସମସ୍ୟା ର ସମାଧାନ ପାଇଁ ଜନପ୍ରତିନିଧି ଗୁରୁତ୍ୱ ଦେଉନଥିବା ହିଁ ଅଞ୍ଚଳରେ କ୍ଷୋଭ ପ୍ରକାଶ କରୁଥିବା ଜଣାପଡିଛି। ତେବେ ବସଷ୍ଟାଣ୍ଡ ଓ ଶୌଚାଳୟ ବ୍ଯବସ୍ଥା କେବେ କରାଯିବ କିମ୍ବା ଆଉ କେତେ ବର୍ଷ ପରେ ଯାତ୍ରୀମାନେ ଏହାର ସୁବିଧା ସୁଯୋଗ ପାଇବେ ତାହା ଦେଖିବାକୁ ବାକି ରହିଲା।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0