ଥୁଆମୁଳ ରାମପୁର ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଓ ସମାଧାନ ଶିବିର

Nov 11, 2024 - 19:26
 0  99
ଥୁଆମୁଳ ରାମପୁର ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଓ ସମାଧାନ ଶିବିର

କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ତା ୧୧/୧୧/୨୦୨୪ ରିଖ ସୋମବାର ଦିନ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଙ୍କ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲି ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଉପସ୍ଥିତ ରହିଥିବା ବେଳେ ସମସ୍ତ ଲାଇନ ଡିପାଟମେଣ୍ଟର କର୍ମକର୍ତ୍ତା ଯୋଗଦାନ କରିଥିଲେ। ଶିବିର କୁ ଜିପିଓ ତ୍ରିଲୋଚନ ନାଏକ ପରିଚାଳନା କରିଥିବା ବେଳେ ବ୍ଳକର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ। ତେବେ ଶିବିରରେ ସର୍ବମୋଟ ୪୩ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ତନ୍ମଧ୍ୟରୁ ୩୦ ଟି ବ୍ଯକ୍ତିଗତ ଓ ୧୩ ଟି ସାମୁହିକ ଅଭିଯୋଗ ପତ୍ର ରହିଥିବା ସୂଚନା ରୁ ଜଣାପଡିଛି। ଏଥିରେ ଥୁଆମୁଳ ରାମପୁର ପୋଲିସ କର୍ମଚାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

ମକୁନ୍ଦ ନାୟକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ