ତେନ୍ତୁଳିଖୁଣ୍ଟି ଠାରେ ପଞ୍ଚାୟତ ସମିତି ସପ୍ତମ ସାଧାରଣ ବୈଠକ

Sep 12, 2025 - 08:32
 0  27
ତେନ୍ତୁଳିଖୁଣ୍ଟି ଠାରେ ପଞ୍ଚାୟତ ସମିତି ସପ୍ତମ ସାଧାରଣ ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ) ତା: ୧୧.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ ପାଣିଗ୍ରାହୀ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ଵଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ! ବୈଠକରେ ବ୍ଳକ ଅଧକ୍ଷା ନିଳେନ୍ଦ୍ରି ନାୟକ,ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ,ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର,ନବରଙ୍ଗପୁର ବିଧାୟକ ଶ୍ରୀ ଯୁକ୍ତ ଗୌରୀ ଶଙ୍କର ମାଝୀ , ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଷୋୟୀ, ଜୋନ୨ସଭ୍ୟ ରତିକାନ୍ତ ପଣ୍ଡା,ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର ପ୍ରମୁଖ ମଞ୍ଚାସିନ ହୋଇଥିଲେ ! ବୈଠକ ଆରମ୍ଭ ରେ ପଞ୍ଚାୟତ ଅଧିକାରୀ ରାଧାକାନ୍ତ ରଣା ପୂର୍ବ ବୈଠକ ର ବିବରଣୀ ପ୍ରଦାନ କରିଥିଲେ !ପରେ ସମସ୍ତ ପଂଚାୟତର ଉପସ୍ଥିତ ସରପଞ୍ଚ ଓ ସମିତିସଭ୍ୟ ମାନେ ପ୍ରତି ୨ ମାସରେ ସମିତି ବୈଠକ ହେଉନଥିବା ଏବଂ ଆଜି ପର୍ଯ୍ୟନ୍ତ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇପାରୁନଥିବା ର ପ୍ରଶ୍ନ କରିଥିଲେ ! ଗୋଷ୍ଠୀ ଉନ୍ନୟନ ଅଧିକାରୀ ୭ ଦିନ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି !ପ୍ରଥମେ ସ୍ୱାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ବିଧାୟକ ଶ୍ରୀ ମାଝୀ ଶବ ବ୍ୟବଚ୍ଛେଦ ଗୃହ କାହିଁକି ହୋଇପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ ଏବଂ ବିଭାଗୀୟ ଅଧିକାରୀ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ରଖିନଥିଲେ ! ଆୟୁସ୍ମାନ କାର୍ଡ ପାଇଁ ଜଣକ ପିଛା ୫୦ ଟଙ୍କା ଆଦାୟ କିଏ କରୁଛି ଏବଂ ଏହାର ତଦନ୍ତ ପାଇଁ ଲୋକ ପ୍ରତିନିଧି ଦାବୀ କରିଥିଲେ ! ସମିତି ବୈଠକରେ ଡେରିରେ ଆସୁଥିବା ବିଭିନ୍ନ ବିଭାଗ ର କର୍ମଚାରୀ ଙ୍କୁ ତାଗିଦ କରିବା କାରଣ ଦର୍ଶାଓ ନୋଟିସ ଦେବା ସହ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି !ଯେଉଁ ବିଭାଗ ଗୁଡିକ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଇବା ପାଇଁ କହିଛନ୍ତି !ଯୋଗାଣ ବିଭାଗ ର ଆଲୋଚନା ବେଳେ ପ୍ରତିନିଧି ମାନେ ପ୍ରତି ପଞ୍ଚାୟତ ରେ କ୍ୟାମ୍ପ କରି ଲୋକଙ୍କ ନୂତନ କାର୍ଡ ସେବା ଯୋଗାଇ ଦେବାକୁ କହିଥିଲେ !କଣ୍ଟାଗାଁ, ଅମ୍ଳାଭଟ୍ଟା,ମଞ୍ଚାଗାଁ,ଲମତାଗୁଡା ଏହି ୪ ଟି ପଞ୍ଚାୟତରେ ରାସନ ବଣ୍ଟନ ଉପକେନ୍ଦ୍ର ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ ! ଏହାପରେ ଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ହେବା ଏବଂ ଏହାର ପ୍ରଭାବରେ ବହୁ ସଂଖ୍ୟକ ଶିଶୁ ବିଦ୍ୟାଳୟ କୁ ଆସିବେ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ! ତେନ୍ତୁଳିଖୁଣ୍ଟି ବ୍ଲକ ଜିଲ୍ଲା ରେ ସର୍ବାଧିକ ସଂଖ୍ୟାରେ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡ ହୋଇଥିବା କହିଛନ୍ତି !ମଧ୍ୟାହ୍ନ ଭୋଜନ ର ଅନିୟମିତତା କୁ ନେଇ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ପ୍ରଶ୍ନ କରିଥିଲେ !ଏହାପରେ ଆବାସ ଯୋଜନାରେ ଅନେକ ହିତାଧିକାରୀଙ୍କ ପ୍ରଥମ ପର୍ଯ୍ୟାୟରେ ୪୦,୦୦୦ ଟଙ୍କା ଆକାଉଣ୍ଟ କୁ ଗଲା ପରେ ୨ୟ କିସ୍ତି ର ୬୦,୦୦୦ ଟଙ୍କା ଉଠାଇବା ପାଇଁ ଜି ଆର ଏସ ସିଧା ସଳଖ ୫୦୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ଏବଂ ଆବାସ ଯୋଜନାରେ ମନେରେଗା ର ୯୫ ଦିନର ପାରିଶ୍ରମିକ ମଧ୍ୟ ବାଟ ମରଣା ହେଉଥିବା ଅଭିଯୋଗ ହୋଇଥିଲା ! ଏହିଭଳି ମହିଳା ଶିଶୁ ବିକାଶ,ବିଦ୍ୟୁତ, କୃଷି, ଜଙ୍ଗଲ ବିଭାଗ,ଉଦ୍ୟାନ କୃଷି,ପ୍ରାଣୀ ସଂପଦ,ପୋଲିସ ବିଭାଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆଲୋଚନା ରେ ଭାଗ ନେଇଥିଲେ ! ଶେଷରେ ପଞ୍ଚାୟତ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ବୈଠକ ସାଙ୍ଗ କରାଯାଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ