।। ତୁଷୁରା ପୋଲିସ କୁ ବଡ଼ ସଫଳତା:୧ କୁଇଣ୍ଟାଲ ୫୨ କେଜି ୯୪୫ ଗ୍ରାମ ଗଞ୍ଜେଇ ସହ ୨ ଗିରଫ ।।

ବଲାଙ୍ଗୀର ଜିଲ୍ଲା ତୁଷୁରା, ଗୁଡଭେଲା ରାସ୍ତା ସିରାବାହାଲ ଛକ ଠାରେ ବିପୁଲ ପରିମାଣରେ ତୁଷୁରା ପୋଲିସ ଗଞ୍ଜେଇ ଜବତ କରିବା ସହିତ ଚାରି ଚକିଆ ଗାଡି ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସୂଚନାନୁସାରେ ତୁଷୁରା ପୋଲିସ ଗୁଡଭେଲା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଓଡି ୦୮କେ ୩୮୨୩ ନମ୍ବର ଥିବା ଏକ ପିକକପ ବୋଲୋରୋ ଗାଡି ରେ ୨ ଜଣ ଯୁବକ ଗଞ୍ଜେଇ ଧରି ଡାହିମାଲ ପଟକୁ ଆସୁଥିଲେ। ତୁଷୁରା ପୋଲିସ ପକ୍ଷରୁ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୬ ଟି ବସ୍ତା ପାକିଟ ରେ ବିପୁଲ ପରିମାଣରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଗାଡି ଓ ୨ ଯୁବକ ଙ୍କୁ ଅଟକ ରଖି ତୁଷୁରା ତହସିଲଦାର ଙ୍କ ଉପସ୍ଥିରେ ଗଞ୍ଜେଇ ଓଜନ କରିବାରୁ ୧ କୁଇଣ୍ଟାଲ ୫୨ କେଜି ୯୪୫ ଗ୍ରାମ ଓଜନ ହୋଇଥିଲା। ଗିରଫ ହୋଇଥିବା ଯୁବକ ମାନେ ହେଲେ କଲାହାଣ୍ଡି ର ସତ୍ୟ ସାହୁ (୨୩) ଏବଂ ସୋନପୁର ଜିଲ୍ଲା ର ରସିକ ଗରିଆ (୪୯) ବୋଲି ଜଣା ପଡିଛି।ପରେ ପୋଲିସ ବୋଲେରୋ ଗାଡି ଗାଡି କୁ ତୁଷୁରା ଥାନା ରେ ରଖି ଗଞ୍ଜେଇ ଏବଂ ୨ ଯୁବକ ଙ୍କୁ କୋର୍ଟ ଚାଲାଣ କରିଥିବା ତୁଷୁରା ଥାନା ଅଧିକାରି ସଞ୍ଜିପ ପ୍ରଧାନ ସୂଚନା ଦେଇଛନ୍ତି।
ତୁଷୁରା ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






