ତାମିଲନାଡୁର କୋଏମ୍ବାଟୁର ଠାରେ ଅନୁଷ୍ଠିତ ହେଲା କିଷାନ ସମ୍ମାନ ନିଧି ସମାରୋହ

Nov 19, 2025 - 20:23
 0  28
ତାମିଲନାଡୁର କୋଏମ୍ବାଟୁର ଠାରେ  ଅନୁଷ୍ଠିତ ହେଲା କିଷାନ ସମ୍ମାନ ନିଧି  ସମାରୋହ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମ ରେ ହେଲା ଉଦଘାଟିତ। ପି ଏମ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ବ୍ୟାଙ୍କ ଖାତା ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତର। ଦେଶର ୯କୋଟିରୁ ଉର୍ଦ୍ଧ ଚାଷୀଙ୍କ ସହିତ ଜିଲ୍ଲାର ୨,୩୭, ୭୧୨ଜଣ ଚାଷୀ ହେଲେ ଉପକୃତ। ବାରିପଦା : ତା ୧୯-୧୧-୨୦୨୫ରିଖ ଆଜି ତାମିଲନାଡୁର କୋଏମ୍ବାଟୁର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପି ଏମ କିଷାନ ସମ୍ମାନ ନିଧି ସମାରୋହକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ପି ଏମ କିଷାନ ଯୋଜନାର ୨୧ତମ କିସ୍ତିକୁ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଭାସୀ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କୃଷକ କଲ୍ୟାଣ ଯୋଜନା ଯାହାକି କୃଷକ ମାନଙ୍କ ଅର୍ଥନୈତିକ ଉନ୍ନତି ନିମିତ୍ତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଯେଉଁ ଯୋଜନା ରେ ଚାଷୀଙ୍କୁ ଗୋଟିଏ ବର୍ଷରେ ୩ଟି କିସ୍ତି ରେ ୨୦୦୦ ହଜାର ଟଙ୍କା ଲେଖାଏଁ ମୋଟ ୬୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ଏହି ଅବସରରେ ଆଜି ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ରାଜ୍ୟ ସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ପରିସରସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟିକା, ବାଙ୍ଗିରିପୋଷି ଶୁଶ୍ରୀ ସଞଳି ମୁର୍ମୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀଚରଣରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଏହି ଯୋଜନା ସମ୍ଭନ୍ଧ ରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସୋରେନ କହିଥିଲେ ଯେ ଆଜି ଦେଶର ପାଖାପାଖି ୯ କୋଟିରୁ ଉର୍ଦ୍ଧ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ କୃଷକ ସହାୟତା ରାଶି ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ବ୍ୟାଙ୍କ ଖାତା ଜରିଆରେ ହସ୍ତାନ୍ତର କରାଯାଇଛି। ଏହି କ୍ରମରେ ଆମ ରାଜ୍ୟର ୩୪ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇଭଉଣୀ ଉପକୃତ ହୋଇଥିବାବେଳେ ମୟୂରରଭଞ୍ଜ ଜିଲ୍ଲାର ୨,୩୭, ୭୧୨ ଜଣ ଚାଷୀ ଉପକୃତ ହୋଇଛନ୍ତି। ଏହି ଯୋଜନା ମାଧ୍ୟମରେ ଆମ ଦେଶର ସାଧାରଣ ଚାଷୀ ମାନେ ଏହି ସହାୟତା ରାଶିକୁ ଉପଯୋଗ କରି ଚାଷ କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ କିଛି ମାତ୍ରାରେ ଦୂର କରିପାରୁଛନ୍ତି। ଏହି ଯୋଜନା ବ୍ୟତୀତ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହୁରି ମଧ୍ୟ ଅନେକ ଯୋଜନା ରହିଛି ଯାହା ଦ୍ୱାରା ଚାଷୀମାନେ ଉପକୃତ ହେଉଛନ୍ତି। ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ମଧ୍ୟ ଉକ୍ତ ଯୋଜନାର ବିଭିନ୍ନ ଦିଗ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋକନାଥ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଟଙ୍କଧର କାଲୋ ଯୋଗ ଦେଇଥିବା ବେଳେ ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା,ସହକାରୀ କୃଷି ଅଧିକାରୀ ରମ୍ୟ ରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳା ଏବଂ କାର୍ଯ୍ୟାଳୟ ର ତୁଷାର କାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସରୋଜ ଦାସ, ରାଜାରାମ ସାହୁଓ ଭାଗ୍ୟଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥି ଲେ। କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷି ବିଭାଗର ବିଭାଗୀୟ ଅଧିକାରୀ ଙ୍କ ସମେତ ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ