।। ଡୁମେର ପଦର ଶିବମନ୍ଦିରପଡା ଠାରେ ତିନି ଦିନିଆଁ ଚତୁର୍ଥୀ ଅଷ୍ଟପ୍ରହରୀ ।।
ଥୁଆମୂଳ ରାମପୁର ବ୍ଲକ ଡ଼ୁମେରପଦର ପଞ୍ଚାୟତ ଅଧିନସ୍ଥ ଶିବ ମନ୍ଦିରପଡା ଠାରେ ଅଷ୍ଟପ୍ରହରୀ ହୋଇଯାଇଛି l ଏଠାରେ ତିନି ଦିନ ଧରି ଯଥା ତା ତା 19/20/21 ମାର୍ଚ୍ଚ ମାସ 2024,ଚାଲିଥିବା ଗତକାଲି ପ୍ରଥମ ଦିନରେ ଦେବଦେବୀ ବରୁଣ କରିବା ପରେ ଭୂମି ପୂଜା କରିଥିବା ବେଳେ କଳସ ଯାତ୍ରା କରିଥିଲେ ଏବଂ କଳସ ସ୍ଥାପନ କରିଥିବା ଜଣାପଡିଛି l ଆଜି ତାର ଦ୍ଵିତୀୟ ଦିନ ତା 20/3/2024 ରିଖ ବୁଧବାର ଦିନ ଅଗ୍ନି ଦେବତା ଙ୍କୁ ଆଳତି କରି ହୋମ ଯଜ୍ଞ ସହ ସଂକୀର୍ତନ ସମେତ ନୃତ୍ୟ କରିଥିଲେ l ଏହାକୁ ଅଷ୍ଟ ପହରୀ ଅଖଣ୍ଡ ନାମଜ୍ଞନ ପୂଜା କମିଟି ଆୟୋଜନ କରିଥିବା ବେଳେ ବିଷମ ଗିରି ଗ୍ରାମ ବାସି ,ବନ୍ଦତିଜ ଗ୍ରାମ ବାସି,ବାଲିସରା ଗ୍ରାମ ବାସି ସହଯୋଗ କରିଥିବା ଆୟୋଜକ କମିଟି ପ୍ରକାଶ କରିଥିଲେ l କମିଟି ଥିବା ସହଯୋଗୀ ହେଲେ ହରିଶ୍ଚନ୍ଦ୍ର ନାଏକ, ଶଙ୍କର ନାଏକ,ଘନଶ୍ୟାମ ନାଏକ, ସୁଧାବ ନାଏକ, ଚନ୍ଦ୍ର ନାଏକ, ଲଳିତ ନାଏକ, ନେତ୍ରା ନନ୍ଦ ନାଏକ, ସନ୍ତୋଷ ନାଏକ,ଡ଼ୁମେର ପଦର,ଶିବ ମନ୍ଦିରପଡା ସଂକୀର୍ତନ ସଭାପତି ଭକ୍ତ ଚରଣ ନାଏକ କାର୍ଯ୍ୟ କୁ ବହୁତ ସୁନ୍ଦର ଭାବେ ଭକ୍ତ ଏବଂ ଦର୍ଶକ ପାଇଁ ଭୋଜନ ବ୍ୟବସ୍ତା କରି ଶାନ୍ତିରେ ପାଳନ କରିଥିଲେ l ଏହା କୁ ନେଇ ଅଞ୍ଚଳ ବାସି ବହୁତ ଖୁସି ହେବା ସହ ଚର୍ଚ୍ଚା ହେଉଛି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0