।। ଟ୍ରାକଟର ଓଲଟି ଜଣେ ମୃତ ।।

ତା:-05.05.2023 (କୋରାପୁଟ ୧ମ ଖବର) ଗତ କାଲି ସନ୍ଧ୍ୟା 8 ଘଣ୍ଟା ସମୟରେ ଟିଟିଲାଗଡ଼ ମୁନସିପାଲିଟି ୱାର୍ଡ ନମ୍ବର 14 ରେ ଥିବା ଗୋଶାଳା ନିକଟରେ, ବାଲି ବୋଝେଇ ଟ୍ରାକଟର ଓଲଟି ଜଣକର ମୃତ୍ୟୁ ଘଟିଛି. ମୃତକ ଜଣକ ନାରେନ ଗାଁ ର ଟଙ୍କ ଖରସେଲ ବୋଲି ଜଣା ପଡିଛି. ଗାଡି କୋଉ କାରଣରୁ ଓଲଟିଲା ତାର ପ୍ରକୃତ କାରଣ ଜଣା ପଡି ନାହି. ଖବର ପାଇ ଟିଟିଲାଗଡ଼ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଂଚି, ଆହତଙ୍କୁ ଟିଟିଲାଗଡ଼ ଡାକ୍ତରଖାନା କୁ ଆଣିଥିଲେ. ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ଘଟଣା ସ୍ଥଳରେ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି. । ଟିଟିଲାଗଡ଼ ରୁ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ (କୋରାପୁଟ ୧ମ ଖବର
What's Your Reaction?






