ଜିଲ୍ଲା ସ୍ତରୀୟ ୨ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

Dec 20, 2025 - 18:39
 0  16
ଜିଲ୍ଲା ସ୍ତରୀୟ ୨ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଦୁଗ୍ଧ, ଅଣ୍ଡା, ମାଂସ ଓ ମତ୍ସ୍ୟ ଉତ୍ପାଦନ ପାଇଁ ଯୋଜନାର ସଦୁପଯୋଗ, ଦୀର୍ଘସ୍ଥାୟିତ୍ବ ଆୟ ପାଇଁ ବୈଜ୍ଞାନିକ ଜ୍ଞାନକୌଶଳ ସହ ଦକ୍ଷତା ବିନିଯୋଗ କରିବାକୁ ଯୁବ ପିଢି ଓ ମହିଳାଙ୍କୁ ପରାମର୍ଶ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆଜି ଉଦ‌ଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନ‌ୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଓଡିଶା ସରକାର, ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ, ସାରସକଣା ବିଧାୟକ ଭାଦବ ହଂସଦା, ଆଦିବାସୀ ମୋର୍ଚା ରାଜ୍ୟ ସଭାପତି ବିଧାୟକ ଶ୍ରୀଯୁକ୍ତ କାନ୍ଦ୍ରା ସୋରେନ ଯୋଗଦାଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମଣି ରଞ୍ଜନ ବିଶ୍ବାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ର ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ରାଜ୍ୟରେ ଦୁଗ୍ଧ, ମାଂସ ଓ ଅଣ୍ଡା ଅଧିକ ଉତ୍ପାଦନ ହୋଇପାରିଲେ ଓଡିଶାର ଚାଷୀଟିଏ ସ୍ବlବଲମ୍ବି ହୋଇ ଆତ୍ମନିର୍ଭରଶୀଳ ଭାରତର ଭାଗୀଦାର ହୋଇପାରିବ ବୋଲି ବୁଝାଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭାଗର ବିଭିନ୍ନ ଯୋଜନା ଯଥା ମତ୍ସ୍ୟ ଚାଷ, ବାୟୋଫ୍ଲୋକ, ଗ୍ରାମ୍ୟ ପଞ୍ଚାୟତ ପୁଷ୍କରିଣୀରେ ମାଛ ଚାଷ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଏହି ମେଳାର ଉପାଦେୟତା ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇଥିଲେ ଏବଂ ମେଳାରେ ସରକାରଙ୍କ ତରଫରୁ ଯେଉଁ ସବୁ ସୁବିଧା ସୁଯୋଗ ଉପଲବ୍ଧ ହେଉଛି ତାହାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥି ବୃନ୍ଦ ଜିଲ୍ଲାର ସଫଳ ପ୍ରାଣୀ ପାଳକଭାବେ ଗୋପବନ୍ଧୁ ନଗରର ଦେବାଶିଷ ନାୟକ ଓ ବେତନଟୀର ସଫଳ କୁକୁଡା ଚାଷୀ ସାଗରିକା ସେନାପତିଙ୍କୁ ମାନପ‌ତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ