।। ଜିଲ୍ଲା ସ୍ତରୀୟ ଶିଶୁଙ୍କ ପାଇଁ ଦିନ ଟିଏ ବୈଠକ ।।

Jun 29, 2024 - 18:15
 0  38
।। ଜିଲ୍ଲା ସ୍ତରୀୟ ଶିଶୁଙ୍କ ପାଇଁ ଦିନ ଟିଏ ବୈଠକ ।।

ଓଡିଶା ସରକାରଙ୍କ ନିର୍ଦେଶକୁ ଆଧାରକରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ପ୍ରଶାସନ କୋରାପୁଟ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ ବୈଠକ ଅତିରିକ୍ତ ଜିଲ୍ଲାପାଳ Sri Lagnajit Rout ଙ୍କ ଅଦକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଶିକ୍ଷା ମାଧ୍ୟମରେ ସମାଜ ରେ ପରିବର୍ତ୍ତନ ସମ୍ଭବ ହେଇପାରିବ ଏବଂ ଗ୍ରାମ୍ୟ ,ପଂଚାୟତ, ପଂଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ମାନେ ଉପଯୁକ୍ତ ଭାବରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ ସବୁ ହାତକୁ ନେବାକୁ ପଡିବ | ଗ୍ରାମୀଣ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କୁ ତ୍ଵରାନିତ କରିବାକୁ ପଡିବ କହି ନିଜ ମତ ରଖିଥିଲେ | ସର୍ବେ ପ୍ରଥମେ Smt Annpurna Kundu, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିଶୁ ପାଇଁ ଦିନ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଧେସ୍ୱ ଉପରେ ଆଲୋଚନା କରିଥିଲେ | ସୁଶ୍ରୀ ରାଜଶ୍ରୀ ଦାସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ମିଶନ ବାଛଲ୍ୟ, ଶିଶୁ ଯତ୍ନ ଓ ସୁରକ୍ଷା, ଶିଶୁ ଅଧିକାର, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଅଧାରୁ ପାଠ ଛାଡିଥିବା ଶିଶୁ ଉପରେ ଆଲୋଚନା ରଖିଥିଲେ | ସେହିଭଳି Prasanna Mishra ଜିଲ୍ଲା ସଂଯୋଜକ ଜିଲ୍ଲା ର ବାଲ୍ୟ ବିବାହ ସ୍ଥିତି ଜିଲ୍ଲା ରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ | ଆଜିର ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକାରୀ S. K.Behera ADPHO, Dr, N.M.Satapahy, CWC-Chairperson Gayatri Patra, ଅତିରିକ୍ତ ଶ୍ରମ ଅଧିକାରୀ Bulusri Hariya ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ Dibya Biswal, Child line Coordinator, PO-Sabita Samadhar, PO- Susama Potel, Balakrushna Malick, Rajesh Nayak DCPU କାର୍ଯ୍ୟକର୍ତା ଏବଂ ସମସ୍ତ ଶିଶୁ ବିକାଶ ତଥା ବାଲ୍ୟ ବିବାହ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ |

 କୋରାପୁଟ ଜିଲ୍ଲାରୁ ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ